ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖୋଜ ଝିଅକୁ ଖୋଜି ଆଣିବା ପାଇଁ କୋକସରା ଥାନାର ଦ୍ୱାରସ୍ଥ ହେଲେ ବାପା

କୋକସରା,୩୧/୭-  ( ମ ନି ସ୍ ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗାଁର ଧବଳେଶ୍ବର ରାଉତ(୪୧) ଙ୍କ ଝିଅ ଜୟନ୍ତି ରାଉତ (୧୮) ଗତ ୨୬ ତାରିଖ ରାତିରୁ ନିଜ ଘରୁ ନିଖୋଜ ହୋଇଯାଇଛି। ପରିବାର ବର୍ଗ ଝିଅକୁ ନିଜ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଧବଲେଶ୍ୱର ଗତ ୨୮ ତାରିଖ ସନ୍ଧ୍ୟାରେ କୋକସରା ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମତେ ଗତ ୨୬ ତାରିଖ ରାତିରେ ଜୟନ୍ତୀ ଖାଇବା ପରେ ନିଜ ମା ଗୀତାଞ୍ଜଳି ଓ ଭଉଣୀ ପଲ୍ଲବି ସହ ଶୋଇଥିଲେ । ହେଲେ ସକାଳରୁ ସେ ଆଉ ନଥିବା ଜାଣିବାକୁ ପାଇଥିଲେ ପରିବାର। ଜୟନ୍ତି ଯିବା ସମୟରେ ଏକ ମୋବାଇଲ ନେଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସେହି ମୋବାଇଲ ସ୍ୱିଚ ଅଫ ରହିଛି। ନିଖୋଜ ପର ଠାରୁ ଜୟନ୍ତି ଘରକୁ କୌଣସି ଫୋନ କିମ୍ବା ମେସେଜ ମଧ୍ୟ କରିନାହାନ୍ତି। ଏନେଇ ଜୟନ୍ତି ଙ୍କ ବାପା ଗତ ଗୁରୁବାର ଧବଳେଶ୍ବର କୋକସରା ଥାନା ରେ ଝିଅ ନିଖୋଜ ଅଭିଯୋଗ କରିବା ସହ ଶୀଘ୍ର ଝିଅ କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। କୋକସରା ଥାନାରେ କେଶ ନମ୍ବର ୩୨/୨୨ ରେ ଏକ ନିଖୋଜ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଏଏସଆଇ ଦାମୋଦର ନାଏକ ସୁଚନା ଦେଇଛନ୍ତି।

 

Related posts

ଜୁନାଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

ମମତା ସାହୁ  ଙ୍କ କବିତା ଆସହେ ନନ୍ଦ ଦୁଲ୍ଲାଳ ମୋର

Sunil Chandra Nayak

Leave a Comment

error: Content is protected !!