ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମ୍ ବୟସ ଝିଅର ବିବାହ ବନ୍ଦ କଲା ଚାଇଲ୍ଡି ଲାଇନ

ବାଲେଶ୍ବର,୧୮/୬/୨୨- କମ୍ ବୟସରେ ଝିଅ ବିବାହ ହେଉଥିବାର ଖବର ପାଇ ଚାଇଲ୍ଡି ଲାଇନ ପହଞ୍ଚିଲା ଗାଁ ଦାଣ୍ଡରେ । ଏମିତି ଏକ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ଗ୍ରାମରେ । ସବିତା ପାତ୍ର ସ୍ବାମୀ ସ୍ବର୍ଗତ ହେମନ୍ତ ପାତ୍ର ଙ୍କ କମ୍ ବୟସର ଝିଅ ବାହାଘର ହେଉଥିବାର ଖବରପାଇ ଖଇରା ଚାଇଲ୍ଡି ଲାଇନ୍, ଖଇରା ସିଡିପିଓ, ଖଇରା ପୋଲିସ ପ୍ରମୁଖ ସବିତା ପାତ୍ରଙ୍କ ଘରେ ପହଞ୍ଚି ଥିଲେ । କମ୍ ବୟସରେ ଝିଅ ବାହାଘର କରୁଥିବା କଥା ସବିତା ପାତ୍ର ଠାରୁ ପଚାରି ବୁଝିଥିଲେ । ୧୮ ବର୍ଷରୁ କମ୍ ବୟସର ଝିଅକୁ ବିବାହ ଦେଲେ କ’ଣ ପରିଣତି ଭୋଗିଵାକୁ ପଡେ ବୋଲି ଅଧିକାରୀ ମାନେ ବୁଝାଇଥିଲେ ସବିତା ପାତ୍ରକୁ । ଶ୍ରୀମତୀ ପାତ୍ର କମ୍ ଝିଅକୁ ୧୮ ବର୍ଷ ପରେ ବିବାହ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଇଲ୍ଡି ଲାଇନ୍ ସମେତ ସମସ୍ତ ଅଧିକାରୀ ସେଠାରୁ ଫେରିଥିଲେ । ଚାଇଲ୍ଡି ଲାଇନ୍ ହସ୍ତକ୍ଷେପ ଦ୍ବାରା କମ୍ ବୟସ ଝିଅର ବିବାହ ବନ୍ଦ ହୋଇଥିବାରୁ ଅନ୍ୟ ମାନଙ୍କ ଉପରେ ଏହାର ପଡିବ ବୋଲି ଗାଁ ଲୋକମାନେ କୁହାକୁହି ହେଉଥିବାର ଜଣାଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତ ସମ୍ବିଧାନ ଦିବସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ

Sunil Chandra Nayak

ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଙ୍କ ମାଟିଆ ପଞ୍ଚାୟତ ପରିଦର୍ଶନ

Sunil Chandra Nayak

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

Leave a Comment

error: Content is protected !!