ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପର୍ଯ୍ୟୟ ପରିଚାଳନା ପାଇଁ ବିଶୋଇବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ 

ମୟୂରଭଞ୍ଜ ୧୮।୦୬ /୨୨ (ମସିହା)  ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକଡ୍ରିଲର ପ୍ରସ୍ତୁତି ଉପରେ ଏକ ବ୍ଲକସ୍ତରୀୟ ସମନ୍ୱୟ ବୈଠକ ସ୍ଥାନୀୟ ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଶୋଇ ବ୍ଲକ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା,ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି,ରାସ୍ତା ଓ ଜିଲ୍ଲା ଗୃହ ଖଣ୍ଡ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନନ୍ଦ ଦୁଲାଳ ଘଡେଇ,୩୪ ନଂ ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ ୧୩ ଗୋଟି ପଞ୍ଚାୟତର ପିଆରଆଇ ମେମ୍ବର ,ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ବିପର୍ଯ୍ୟୟ ସମୟରେ ନିଜକୁ ଓ ଅନ୍ୟକୁ କିପରି ରକ୍ଷା କରିବା ସହିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାକ ମକଡ୍ରିଲ ପ୍ରସ୍ତୁତି ବୈଠକର ଉଦ୍ଧେଶ୍ୟ ସମ୍ବନ୍ଧରେ ମଞ୍ଚାସିନ ଅତିଥି ମାନେ ଆଲୋକପାତ କରିଥିଲେ।ପରେ ବିଶୋଇ ଅଗ୍ନିଶମ ବିଭାଗ ଦ୍ଵାରା ବିପର୍ଯ୍ୟୟ ପରିଚାଳନାରେ ବ୍ୟବହୃତ ପାୱାର ସୋ କଟର,ହାଇଡ୍ରଲିକ କମ୍ବୀ ଟୁଲସ,ଆସ୍କା ଟାୱାର ଲାଇଟ,ଲାଇଭ ବୟ ଲାଇଫ ଜ୍ୟାକେଟର କାର୍ଯ୍ୟର ପ୍ରଦର୍ଶନ କରାଯାଇଥିଲା।ବିଶୋଇ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ସୁରେଶ ସେଠି,ବିଚିତ୍ର ସେଠି,ସଗ୍ରାମ ବାରିକ,ହିମାଂଶୁ ରାଉତରାୟ ପ୍ରମୁଖ ମକଡ୍ରିଲ ପ୍ରଦର୍ଶନ କରିଥିଲେ।ବ୍ଲକ ଜିପିଇଓ କୁମାର ଦେଵବ୍ରତ ପାତ୍ର,ପେସା ସଂଯୋଜକ କ୍ରୀଷ୍ଣା କଛପ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପଦ୍ମଲୋଚନ ପାଟବନ୍ଧା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ସହାୟତା

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

Leave a Comment

error: Content is protected !!