ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ଗଜକନା , ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା

ଭବାନୀ ପାଟଣା-:  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ଅବହେଳା ଅଭିଯୋଗ ରେ ଡାକ୍ତର ଖାନାରେ ପରିବାର ଲୋକଙ୍କ ବିକ୍ଷୋଭ।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ  ଡୁମେରଗୁଡା ଗାଁର ବିଶେକ ବେହେରା ଙ୍କ ସ୍ତ୍ରୀ ଦେବନ୍ତି ବେହରାଙ୍କୁ ମେ ମାସ ୧୭ ତାରିଖ ଦିନ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଦେବନ୍ତି ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମେଡିକାଲ ରେ ଠିକ୍ ସମୟରେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବା ସହ ସେହି ଦିନ ହିଁ ଦେବନ୍ତି ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ହେଲେ ପ୍ରସବ ସରିବା ପରେ ପ୍ରସବ ଦ୍ୱାରରେ ଏକ ଗଜକନା ଛାଡି ଦେଇଥିଲେ। ପରେ ଦେବନ୍ତି ଙ୍କୁ ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ଦିନ ଡିସଚାର୍ଜ କରିଦେଇଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ।କିନ୍ତୁ ପ୍ରସବ ଦ୍ୱାରା ରେ ଗଜକନା ଛାଡି ଦେଇଥିବା ନେଇ ଦେବନ୍ତି ଙ୍କ ପରିବାର କୁ କୌଣସି ସୂଚନା ନ ଦେଇ ମେଡ଼ିକାଲ ରୁ ଡିସଚାର୍ଜ କରିଦେଇଥିଲେ ।କିଛି ଦିନ ପରେ ଦେବନ୍ତି ଙ୍କ ପେଟ ଯନ୍ତ୍ରଣା ହୋଇଥିଲା ପରେ ପରିବାର ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ଦେବନ୍ତି ଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ଦେବନ୍ତି ଙ୍କ ପ୍ରସବ ଦ୍ୱାର ଭିତରେ ଗଜକନା ରହିଛି ଯାହାକୁ ପରେ ଧର୍ମଗଡ଼ ମେଡ଼ିକାଲ ରେ ଦେବନ୍ତି ଙ୍କୁ ଆବଶ୍ୟକ ଉପଚାର କରାଯାଇଥିଲା । ଏନେଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇ ଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦେବନ୍ତି ଙ୍କ ପରିବାର।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କସ୍ତୁରୀ ମିଶ୍ର ଙ୍କୁ ପଚାରୁବାରୁ   ଏ ବିଷୟର ସେ ତଦନ୍ତ ନିର୍ଦେଶ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।

Related posts

ଆଦରମଣି ପ୍ରଧାନ ଙ୍କ ଗଳ୍ପ ସ୍ୱର୍ଗରୁ ସ୍ୱାମୀର ଚିଠି

କବିତା ସାହୁ ଙ୍କ କବିତା ଅଭିଶପ୍ତ ଜୀବନ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଳକ ସ୍ତରୀୟ ବିଜ୍ଞlନ ମେଳା : ୯୩ ଟି ପ୍ରକଳ୍ପ ହେଲା ପ୍ରଦର୍ଶିତ :୬ଟି ଜିଲ୍ଲା ସ୍ତର କୁ ଉନ୍ନୀତ 

Sunil Chandra Nayak

Leave a Comment

error: Content is protected !!