ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଚିତ୍ତକୁ ହରଣ କରିଲ ଆପଣ

ଚିନ୍ତା ସବୁ ଦୂର କରି

ଚକିତ କରିଲ ମନକୁ ହରିଲ

ଚିତ୍ତଚୋରା ହେ ମୁରାରି….(୦)

 

ଚପଳ ସ୍ଵଭାବ ଜ୍ଞାନର ଅଭାବ

ଚକ୍ଷୁ ଥାଇ ଅନ୍ଧ ହୋଇ

ଚଉଦିଗ ଭରା ତୁମରି ଆଶରା

ଚିନ୍ତାମଣି ନ ଦିଶଇ

ଚକ୍ରପାଣିଙ୍କର ଲୀଳାଟି ଅପାର

ଚାରି ଯୁଗେ ଅଛି ପୂରି…..(୧)

 

ଚିତ୍ତହାରୀ ଶୁଣ ସବୁରେ ଆପଣ

ଚିହ୍ନି ମୁଁ ପାରିଲି ନାହିଁ

ଚିର ସ୍ମରଣୀୟ ପ୍ରଭୁ ଦୟାମୟ

ଚିତ୍ତରେ ରହିଛ ସାଇଁ

ଚିତ୍ତେଇବା ତୁମ କାମ ହେ ସକ୍ଷମ 

ଚିତ୍ତହାରକ ମୁରାରି…..(୨)

 

ଚରଣେ ଶରଣ ଗଲି ନାରାୟଣ

ଚାହିଁ ଚାହିଁ କଳା ମୁଖ

ଚଉଦ ଭୁବନ କରତା ଆପଣ

ଚଉବାହା ଠାରେ ସୁଖ

ଚିତ୍ତଚୋରା ନାଥ ଆହେ ଜଗନ୍ନାଥ

ଚିର ସୁନ୍ଦର ହେ ହରି…..(୩)

ଫୁଲବାଣୀ, କନ୍ଧମାଳ

Related posts

ପୋଲିସ ଗୁଳି ରେ ଦୁଇ ମହିଳା ମାଓବାଦୀ ମୃତ୍ୟୁ , ବିପୁଳ ମାଓ ସାମଗ୍ରୀ ଜବତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

Leave a Comment

error: Content is protected !!