ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଚିତ୍ତକୁ ହରଣ କରିଲ ଆପଣ
ଚିନ୍ତା ସବୁ ଦୂର କରି
ଚକିତ କରିଲ ମନକୁ ହରିଲ
ଚିତ୍ତଚୋରା ହେ ମୁରାରି….(୦)
ଚପଳ ସ୍ଵଭାବ ଜ୍ଞାନର ଅଭାବ
ଚକ୍ଷୁ ଥାଇ ଅନ୍ଧ ହୋଇ
ଚଉଦିଗ ଭରା ତୁମରି ଆଶରା
ଚିନ୍ତାମଣି ନ ଦିଶଇ
ଚକ୍ରପାଣିଙ୍କର ଲୀଳାଟି ଅପାର
ଚାରି ଯୁଗେ ଅଛି ପୂରି…..(୧)
ଚିତ୍ତହାରୀ ଶୁଣ ସବୁରେ ଆପଣ
ଚିହ୍ନି ମୁଁ ପାରିଲି ନାହିଁ
ଚିର ସ୍ମରଣୀୟ ପ୍ରଭୁ ଦୟାମୟ
ଚିତ୍ତରେ ରହିଛ ସାଇଁ
ଚିତ୍ତେଇବା ତୁମ କାମ ହେ ସକ୍ଷମ
ଚିତ୍ତହାରକ ମୁରାରି…..(୨)
ଚରଣେ ଶରଣ ଗଲି ନାରାୟଣ
ଚାହିଁ ଚାହିଁ କଳା ମୁଖ
ଚଉଦ ଭୁବନ କରତା ଆପଣ
ଚଉବାହା ଠାରେ ସୁଖ
ଚିତ୍ତଚୋରା ନାଥ ଆହେ ଜଗନ୍ନାଥ
ଚିର ସୁନ୍ଦର ହେ ହରି…..(୩)