ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

ଡାବୁଗାଁ, ୧୦/୧୦ ରବିବାର ରାତିରେ ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ଖୁଡୁଖୁଡି ଖେଳ ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ରବିବାର ରାତିରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ଖବର ପାଇଥିଲେ ଯେ ବୋରିଗାଁ ରେ ଖୁଡୁଖୁଡି ଖେଳ ଚାଲିଛି | ସଙ୍ଗେ ସଙ୍ଗେ ପୋଲିସ ବୋରିଗାଁ ଗ୍ରାମରେ ପହଞ୍ଚି ଥିଲେ | ପଞ୍ଚାୟତ କାର୍ଯ୍ୟ|ଳୟ ପଛ ପଟେ ଚାଲିଥିବା ଖେଳ ଉପରେ ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ଧୋଡ୍ରା ଗ୍ରାମର ବୈଦୁ ଚାଲାଣ, ମଙ୍ଗୁଳୁ ହରିଜନ ଓ ହରିଶ୍ଚନ୍ଦ୍ର ମାହାରା, ବୋରିଗାଁ ଗ୍ରାମର ଭସମନ କୁମ୍ଭାର ଓ ଡ଼ଙ୍ଗରିଗୁଡା ଗ୍ରାମର ପଦମ ମାଳି ଙ୍କୁ ଗିରଫ କରାଯାଇଛି | ତାଙ୍କ ଠାରୁ ୨୦ ହଜାର ୪ ଶହ ଟଙ୍କା ଓ ପାଲି, ଗୋଟି ଜବତ କରାଯାଇଛି | ଏନେଇ ଥାନା କେସ ନଂ ୧୫୩/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଏଏସଆଇ ବିଜୟ କୁମାର ସାହୁ ଓ ଶିଶିରକାନ୍ତ ଘୋଷ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଦୁଇ ମାସ ହେଲା ପିଡ଼ିଏସ ଚାଉଳ ମିଳିନି, ବିଧାନ ସଭା ଗୃହ କମିଟି ପାଖରେ ଫେରାଦ ହେଲେ ଗାଁ ଲୋକେ

Sunil Chandra Nayak

ରୁକେୟା ଜବିନ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

ଦାୟିତ୍ୱ ଗ୍ରହଣ କଲେ ଗଗନଧୂଳି ସେବା ସମବାୟ ସମିତି ସଭାପତି

Sunil Chandra Nayak

Leave a Comment

error: Content is protected !!