ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

ଭବାନୀପାଟଣା ତା: ୫.୧୨.୨୦୨୨ ରିଖ ଆଜି ଦିବା ୧୦ ଘଣ୍ଟା ସମୟରେ ଭବାନୀପାଟଣା ବ୍ଲକ୍ ର କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ :- ୨୦୨୨ ପାଳିତ ହୋଇଥିଲା । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ୍ ଅଧ୍ୟକ୍ଷତା କରିଥିଲେ ।ଉକ୍ତ ସଭାରେ ମୃତ୍ତିକା, ମୃତ୍ତିକାର ସ୍ବାସ୍ଥ୍ୟ, ମୃତ୍ତିକା ପରୀକ୍ଷାର ଉଦ୍ଦେଶ୍ୟ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ସଭାରେ ଉପସ୍ଥିତ ଥିବା ଚାଷୀ, କୃଷକ ମାନଙ୍କୁ ମୃତ୍ତିକାର ଗୁଣବତ୍ତା ବଜାୟ ରଖିବା ସହ ମୃତ୍ତିକା କ୍ଷୟକୁ ରୋକିବାର ବିଭିନ୍ନ ଉପାୟ ଉପରେ ଅବଗତ କରା ଯାଇ ଥିଲା । ପ୍ରଥମ ଥର ପାଇଁ ବିଶ୍ଵ ମୃତ୍ତିକା ଦିବସ ଉପଲକ୍ଷେ ଥୁଆପଦର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ତଲବେଲଗାଁ,ଶ୍ରିପୂର୍, ଚହଗାଁ, ପଲ୍ସିଝରନ୍, ଉଦେୟପୁର ରୁ ୨୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ସ୍ବାଗତ ଭାଷଣ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।ଉଦ୍ୟାନ ଉପ କୃଷି ନିର୍ଦ୍ଦେଶକ ଶ୍ରୀ କିଶୋର ମହାଲିଂ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବସନ୍ତ ନାୟକ,ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଏ କେ ଆଚାର୍ଯ୍ୟ,କୃଷି ବିଜ୍ଞାନ କେନ୍ଦ୍ର ତଥା ଆଞ୍ଚଳିକ ସଂପ୍ରସାରଣ କେନ୍ଦ୍ରର କୃଷି ବୈଜ୍ଞାନିକ ଡ ଏ ପଣ୍ଡା,ଭବାନୀପାଟଣା ସ୍ଥିତ କୃଷି ବିଦ୍ୟାଳୟର ଡ଼ିନ ଡ ଏସ୍ କେ ତ୍ରିପାଠୀ ,ମୃତ୍ତିକା ରସାୟନବିତ ଶ୍ରୀ ଶୁଭେନ୍ଦୁ କର ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଯୋଗଦେଇ ତାଙ୍କର ମତାମତ ପ୍ରଦାନ ସହ ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ । ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ଶ୍ରୀ ମନୋଜ କୁମାର ସାହୁ ଓ ଆତ୍ମା ର ଚେୟାରମେନ ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ ଏହି ପ୍ରକାର ସଭାର ଆୟୋଜନ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ କରିବା ନିମିତ୍ତ ମତାମତ ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିବା ନିମନ୍ତେ ଭବାନୀପାଟଣା ବ୍ଲକ୍ ର କୃଷି ବିଭାଗର କର୍ମଚାରୀ ଓ ମୃତ୍ତିକା ପରୀକ୍ଷାଗାର, ଭବାନୀପାଟଣାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଜୁନାଗଡ଼ ବ୍ଲକ ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

ତେରେସିଂହାରେ ତ୍ରିନାଥ ମେଳା ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ – ବିଜୁ ଜନତା ଦଳର ଆଦିବାସୀ କର୍ମୀ ସମ୍ମିଳନୀ

Leave a Comment

error: Content is protected !!