ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଢେଙ୍କାନାଳ (ମସୀହା)19/11 ଢେଙ୍କାନାଳ ଜିଲ୍ଲାର ଆଠଟି ବ୍ଲକର ତିନି ହଜାର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଏକତ୍ରିତ ହୋଇ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ଶ୍ରୀ ବଳରାମ ମନ୍ଦିର ଠାରୁ ଏକ ରାଲି ଦ୍ଵାରା ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ଧାରଣାରେ ବସି ରହି ଦାବୀ ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ସହ ଜିଲ୍ଲାପାଳ ସରୋଜ କୁମାରସେଠି ଙ୍କୁ ଦେଇଥିଲେ l ବିଭିନ୍ନ ଦାବୀ ଗୁଡିକ ହେଲା ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ୬ଗୋଟି ଏନକ୍ରିଜିମେଣ୍ଟ ଲାଗୁ, ୬ ବର୍ଷର ଅସ୍ଥାୟୀ ସମୟକୁ ଚାକିରୀ ସମୟ ଭିତରେ ରଖାଯିବା, ଗଣ ଶିକ୍ଷକ, ଶିକ୍ଷୟତ୍ରୀ ମାନଂକୁ ଏକ୍ସ କ୍ୟାଡ଼ର ଉଛେଦ କରାଯିବା, ଏଭଳି ଦାବୀଗୁଡିକୁ ତୁରନ୍ତ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ, ଏହି ଦାବୀ ଗୁଡିକ ତୁରନ୍ତ ପୂରଣ କରାଯାଉ, ଯଦି ପୂରଣ କରା ନ ଯାଏ ଆଗାମୀ 27 ତାରିଖ ଦିନ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନେଇ ଥିବା ସୂଚନା ଦେଇଛନ୍ତି l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ୨୫ ତମ ଆଭାସୀ କବିତା ଆସର 

Sunil Chandra Nayak

ମାନଝରି ଠାରେ ମହାଭାରତ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

Sunil Chandra Nayak

Leave a Comment

error: Content is protected !!