ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଘାଟିତ

ରାଉରକେଲା/ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରିମ୍ସ ରୋଟ୍ରାକ୍ଟ ର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଅଲମ୍ପିକ୍ ଦିବସ ଉପଲକ୍ଷେ ରିମ୍ସ ପରିସରରେ ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରୋଟାରୀ କ୍ଲବ ର ସଭାପତି ଅର୍ଚ୍ଚନା ମହାନ୍ତିଙ୍କ ସଭପତିତ୍ବ ଓ ଉପଦେଷ୍ଟା ଡଃ ଅଞ୍ଜନା ମୈତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରିମ୍ସ ର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜ ବକ୍ତବ୍ଯ ରେ କହିଲେ ଯେ ଚେସ୍ ଖେଳ ମାଧ୍ୟମରେ ମାନସିକ ଶକ୍ତି ବିକଶିତ ହୁଏ। ଏହା ସଂଗେ ସଂଗେ ମାନସିକ ଅବସାଦ ଦୂର କରେ। ରିମ୍ସ ନିର୍ଦ୍ଦେଶକ ଡଃ କେ କେ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ସହ ଚେସ୍ ଖେଳର ଉପାଦେୟତା ସଂପର୍କରେ ମତ ରଖିଥିଲେ। ସଭାପତି ରୋଟାରୀଆନ ମହାନ୍ତି ଓ ଡଃ ମୈତ୍ର ରୋଟାରୀ କ୍ଲବ ଷ୍ଟିଲ ସିଟି ଓ ରୋଟ୍ରାକ୍ଟ ସଂପର୍କରେ ବକ୍ତବ୍ଯ ରଖିଥିଲେ। ରୋଟ୍ରାକ୍ଟ କ୍ଲବର ସଭାପତି ଦେବାଂଶୁ ଦାସ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ପ୍ରକାଶ କୁମାର ସାହୁ ଓ ପ୍ରଦୀପ କୁମାର ବିଶୋଇ ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୬୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବାକୁ ଥିବା ବେଳେ ରୋଟାରୀଆନ ପୁତୁଲ ରାହୁଲ,ସଂଧ୍ୟା ସାହୁ,ଚମ୍ପାବତୀ ଅମାତ,ଦିଲୀପ ଭୁଇ, ସଂଜୀତ ଛୋଟରାୟ ଓ ବିକାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ନାରୀ ସମସ୍ତ ଶକ୍ତିର ଉତ୍ସ – ଡଃ ବେହେରା

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସ୍ମୃତି

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା

Sunil Chandra Nayak

Leave a Comment

error: Content is protected !!