ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ରାଜପଥ ଉପରେ ଦିନ ଦ୍ଵିପ୍ରହରେ ଟଙ୍କା ଲୁଟ୍

ମ.ରାମପୁର:୨୪/୦୬ (ମସୀହା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଦେଇ ଯାଇଥିବା ଜାତୀୟ ରାଜ ପଥ ରାୟପୁର ଗୋପାଳପୁର ୫୯ ନଂ ରେ ଆଜି ଅପରାହ୍ନ ସମୟରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଛନ୍ତି । ପ୍ରାପ୍ତ ସୂଚନା ମତେ କର୍ଲାବହାଲି ଗ୍ରାମ ର ଜଗଦୀଶ ସାହୁ (୬୫) ଓ ଅମିତ୍ ସାହୁ (୨୫) ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରୁ ୪୯ ହଜାର ଟଙ୍କା ଉଠାଣ କରି ଅପରାହ୍ନ ପ୍ରାୟ ସାଢେ଼ ଏକ ଘଣ୍ଟା ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଅଁଲାପାଲି ଗ୍ରାମ ସଢେଲ ଜଙ୍ଗଲ ନିକଟ ଜାତୀୟ ରାଜପଥ ଉପରେ ପୂର୍ବରୁ ପିଛା କରୁଥିବା ୩ ଜଣ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ବାଇକ ରେ କୁକୁଡ଼ା ମଡେଇଛ କହି ଗାଡ଼ି ଅଟକେଇ ମାଡ଼ ମାରିବା ସହ ଉକ୍ତ ସମସ୍ତ ୪୯ ହଜାର ଟଙ୍କା ଛଡେଇ ନେଇ ଅମାଟ ରାସ୍ତା ଆଡ଼କୁ ଫେରାର ମାରିଥିଲେ। ତାଙ୍କୁ ପିଛା କରିବା ପାଇଁ ଅମିତ୍ ଚାହିଁଥିଲେ ସୁଦ୍ଧା ତାଙ୍କ ବାଇକ ଷ୍ଟାର୍ଟ ହୋଇ ନଥିଲା। ପରେ ସେହି ରାସ୍ତା ଦେଇ ଆସୁଥିବା ଜଣେ ସାମ୍ବାଦିକ ଙ୍କୁ ଘଟଣା ବିଷୟରେ କହିବା ପରେ ଉକ୍ତ ସାମ୍ବାଦିକ ଜଣକ ସ୍ଥାନୀୟ ପୁଲିସ କୁ ଫୋନ ଯୋଗେ ଖବର ଜଣେଇ ଥିଲେ । ଖବର ପାଇ ଥାନା ଅଧିକାରୀ ତୁରନ୍ତ ନିକଟସ୍ଥ ଫାଣ୍ଡି ଓ ଥାନା ଗୁଡ଼ିକୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ।ଏହାପରେ ଲୁଟ୍ ର ଶିକାର ହୋଇଥିବା ଦୁଇ ବ୍ୟକ୍ତି ନିରାଶ ହୋଇ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ୍ l

Related posts

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଡୋଙ୍ଗର ଯାତ୍ରା ପାଳିତ

Sunil Chandra Nayak

ଝାରବନ୍ଧ ପଞ୍ଚାୟତ ପିଡିଏସ ଘୋଟାଲା ଘଟଣା, ଦଲିତ ଅଧିକାର ମଞ୍ଚ, ଯୁବ ଅଧିକାର ମଞ୍ଚ, ସାହାର୍ଯ୍ୟ ସେନା ଓ ଗରିବ ସେନା ପକ୍ଷରୁ ଘେରାଉ

ଭୁବନ ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!