ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

   ରାଇଘର : ୯/୮ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ର ହଳଦୀ ପଂଚାୟତ ର ମନୀଷା ପାରା ଓ ମିରିଝିରି ଗ୍ରାମ  ମଝି ରେ ଥିବା ମକା ଜମିରେ ଫୁଣି ମାଓ ବେନର  ଦେଖିବାକୁ ମିଳିଛି।  ରାଇଘର ବ୍ଲକ ଏକ ଆଦିବାସୀ ଅଧୁଷିତ୍ୟ ଅଂଚଳ ହୋଇ ଥିବାରୁ ଏଠାରେ ୬୦ %  ଅଧିକ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ବସତି କରୁଛନ୍ତି | ଏମାନେ ବହୁତ ନମ୍ର ଓ ଗରିବ ଶ୍ରେଣୀ ର ହୋଇ ଥିବାରୁ ସରକାର ଙ୍କ ଯୋଜନା ଅଂଚଳକୁ ପୋହଁଚିବା ବହୁ କଷ୍ଟ ହେବା ସହ  ଅଣଦେଖା କରୁଥିବା ଜଣାପଡ଼ିଛି ଏହି କାରଣରୁ    ଅଗଷ୍ଟ ନଅ ତାରିଖ ବିଶ୍ୱ ଆଦିବାସୀ ଦିବସ ହୋଇଥିବାରୁ ଉକ୍ତ ପୋଷ୍ଟର ରେ ମାଓବାଦୀ ମାନେ ଉଲେଖ କରିଛନ୍ତି ସମସ୍ତେ ଆଦିବାସୀ ଭାଇ ଓ ଭଉଣୀ ମାନେ ଏହି ଦିବସକୁ ଆଡମ୍ବର ସହ ପାଳନ କରନ୍ତୁ, ଜଳ ଜଙ୍ଗଲ ଜମି ଓ ନିଜର ଅସ୍ତିତ୍ବ୍  କୁ ବଞ୍ଚାଇ ଘରେ ଘରେ ସମସ୍ତେ ସାଂସ୍କୃତିକ ପର୍ବ ପାଳନ କରି ଖୁସିର ଲହରୀ ବାଟନ୍ତୁ |   ଛତିଶଗଡ଼ ଉଦନ୍ତୀ ମାଓବାଦୀ ସଂଗଠନ ତଥା ଭାରତୀୟ କାମ୍ୟୁନିଷ୍ଟ ମାଓ ବାଦୀ  ପାର୍ଟି ତରଫରୁ   ଏହି ଚେତାବନୀ ଦିଆଯାଇଛି ବୋଲି ପୋଷ୍ଟର ରେ ଉଲେଖ ହୋଇଥିବା ବେଳେ ଦିନ ବାରଟା ପର୍ଯ୍ୟନ୍ତ ପୋଷ୍ଟର ମକା ଜମି ପାର୍ଶରେ ଲାଗି ରହି ଥିବା ବେଳେ ପ୍ରଶାସନ ନିକଟରେ କୌଣସି ଖବର ନଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନିଅଇଁଠା କେଉଁ ପଦ?

Sunil Chandra Nayak

ଲୋକ ମହୋତ୍ସବ ମଣ୍ଡେଇ -2022 କାର୍ଯ୍ୟକ୍ରମ ର ଭୂମିପୂଜା ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ ରେ ବିଜେଡ଼ି ର ଜନ ସମ୍ପର୍କ ପଦ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!