ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି(ଏସ୍‌ଟିଏ) ପକ୍ଷରୁ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ୍‌ ଡ୍ରାଇଭ

୧୮ ବର୍ଷରୁ କମ୍‌ ପିଲା ଗାଡ଼ି ଚଳାଉ ଥିଲେ ମଧ୍ୟ ଦଣ୍ଡିତ ହେବେ

ସାବଧାନ । ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ୍‌ ଡ୍ରାଇଭ କରିବାକୁ ଯାଉଛି ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି(ଏସ୍‌ଟିଏ)। ରାଜ୍ୟରେ ଦେଇଯାଇଥିବା ସବୁ ଜାତୀୟ ରାଜପଥ ଓ ରାଜପଥରେ STA ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯିବ। ସ୍ପେଶାଲ ଡ୍ରାଇଭ ବେଳେ ବାଇକରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ। ୧୮ ବର୍ଷରୁ କମ୍‌ ପିଲା ଗାଡ଼ି ଚଳାଉ ଥିଲେ ମଧ୍ୟ ଦଣ୍ଡିତ ହେବେ। ହେଲମେଟ୍‌ ପିନ୍ଧି ନ ଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଠିକ୍‌ ସେହିପରି ପିଲଅନ୍‌ ରାଇଡର ହେଲମେଟ୍‌ ପିନ୍ଧି ନ ଥିଲେ ଚାଳକଙ୍କ ଲାଇସେନ୍ସ ୩ ମାସ ବାତିଲ କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

୨୦୨୧ ମସିହାରେ ବାଇକ୍‌ ଦୁର୍ଘଟଣାରେ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଭିତରୁ ୮୬୮ ଜଣ ବାଇକ୍‌ ଚାଳକ ହୋଇଥିବା ବେଳେ ୪୪୦ ଜଣ ପିଲଅନ୍‌ ଥିଲେ। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧି ନଥିଲେ। ଠିକ୍‌ ସେମିତି ବାଇକ୍‌ ଦୁର୍ଘଟଣାରେ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାରୁ ପ୍ରକାଶ, ଦୁର୍ଘଟଣା ରୋକିବା ପାଇଁ ବାଇକ୍‌ ଚାଳକ ଓ ପଛରେ ବସୁଥିବା ବ୍ୟକ୍ତିଙ୍କ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରାଯାଇଛି। ଏହା ସତ୍ତ୍ୱେ କେତେକ ବେପରୁଆ ବ୍ୟକ୍ତି ବିନା ହେଲ୍‌ମେଟ୍‌ ଦ୍ରୁତ ଗତିରେ ଗାଡ଼ି ଚଳାଉଛି। ଯାହାଫଳରେ ସେମାନେ ଦୁର୍ଘଟଣାରେ ପଡ଼ିବା ସହିତ ଅନ୍ୟକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛନ୍ତି। ଠିକ୍‌ ସେମିତି କେତେକ ଶିକ୍ଷକ ଅଭିଭାବକ ବେପରୁଆ ଭାବେ ନିଜର ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେଇଦେଉଛନ୍ତି। ସେମାନେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏହା ଉପରେ ରୋକ ଲଗାଇବା ପାଇଁ ଏସ୍‌ଟିଏ ଏପରି ସ୍ପେଶାଲ୍‌ ଡ୍ରାଇଭ୍‌ କରିବାକୁ ଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ଲୀଳା

ବେଣୁଧର ସୂତାର ଙ୍କ କବିତା କବିତା ଗୋ ତୁମେ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯଦି ସୁନ୍ଦରୀଟି‌ ହୋଇଥାନ୍ତି

Sunil Chandra Nayak

Leave a Comment

error: Content is protected !!