ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ବିଜେଡ଼ି ର ଜନ ସମ୍ପର୍କ ପଦ ଯାତ୍ରା 

ଧର୍ମଗଡ:୩୦/୧୦/୨୨: ଆଜି ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ବିଧାୟକ ମୌଷଧି ବାଗ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପଦ ଯାତ୍ରା ବଗାଡ ଗ୍ରାମ ପଞ୍ଚାୟତ ର ଇଚ୍ଛାପୁର ଗ୍ରାମ ଠାରୁ ବାହାରି ବୋଡ଼େନ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ବୋଡ଼େନ ବଜାର ପଡିଆ ଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲ । ବିଜେଡି ବ୍ଲକ ସଭାପତି ଟିକମନ ଯାଦବ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭା ରେ ଧର୍ମଗଡ ଜିଲ୍ଲା ପରିଷଦ ଜୋନ-୧ ସଭ୍ୟ ଗୋପୀନାଥ ମହାନନ୍ଦ, ଜୋନ-୩ ସଭ୍ୟ ପ୍ରଣବ ପ୍ରକାଶ ଭଇସାଲ, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ,ଉପାଧ୍ୟକ୍ଷା ମନିଷା ମିଶ୍ର, ଆଇନଜିବୀ ରାଜେନ୍ଦ୍ର ମୁନି, ବିବେକ ରଂଜନ ମିଶ୍ର, ବିଧାୟକ ପ୍ରତିନିଧି ସ୍ଵାଧୀନ କୁମାର ବାଗ ପ୍ରମୁଖ ଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବେଣୁଧର ସୂତାର ଙ୍କ କବିତା ମଧୁର କଳ୍ପନା

Sunil Chandra Nayak

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

Sunil Chandra Nayak

ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତକୁ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ

Leave a Comment

error: Content is protected !!