ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ମିତ ବ୍ୟୟିତା ଦିବସ : ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତ ଵ୍ୟୟୀତା ଦିବସ ପାଳନ ଅବସରରେ ମିତ୍ୟ ଵ୍ୟୟୀ ହୋଇ ସଞ୍ଚୟ କରନ୍ତୁ, ଅଯଥା ଖର୍ଚ୍ଚରୁ ଦୁରେଇ ରୁହନ୍ତୁ। ଏଭଳି ବାର୍ତ୍ତା ଜିଲ୍ଲାରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ ସଚେତନତା ଅଭିଯାନ ମାଧ୍ୟମରେ ଯେ କୌଣସି ସନ୍ଧିଗ୍ଧ, ଅଣ ବ୍ୟାଙ୍କିଙ୍କ, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୁରେଇ ରହି ଠକାମି ପଶ୍ଚାତପରୁ ମୁକ୍ତ ରହି ଡାକଘର ଓ ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରେ ହିଁ ସଞ୍ଚୟ କରନ୍ତୁ ବୋଲି ଜନସାଧାରଣଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଏହି ସଞ୍ଚୟ ରଥ ଜିଲ୍ଲାର ସମସ୍ତ ବ୍ଲକକୁ ପରିକ୍ରମା କରି ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ ରଖାଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ,ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ,ସେକ୍ସନ ଅଫିସର ଦୁର୍ଗାମାଧବ ପଣ୍ଡା,ରାମଚନ୍ଦ୍ର ରଘୁ ମଣ୍ଡଳ, ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ଆଶୁତୋଷ ମହାନ୍ତି,ସମ୍ପାଦକ ତ୍ରିଲୋଚନ ନାୟକ, ସଂଗ୍ରାମ ପ୍ରଧାନ,ସୁନୀଲ ଦାସ,ଅଜୟ କୁମାର ସାହୁ, ମୀରା ପଣ୍ଡା,ମଦନ ମୋହନ ଜାନି,ବରିଷ୍ଠ ନାଗରିକ ୱାଇ ପ୍ରଭାକର ପାତ୍ର,ଗଣେଶ୍ଵର ଦାସ,ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,କିଶୋର ପଟ୍ଟନାୟକ , ସାମଲ ସିଂ, ନରେଶ ରାଓଙ୍କ ସହିତ ଦୀନଦୟାଲ ଉପାଧ୍ୟାୟ କନ୍ୟାଶ୍ରମର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଲଗାଣ ବର୍ଷାରେ ରାଜକୁମାରଙ୍କ ଘର ଭାଙ୍ଗିଲା,ଅଳ୍ପେକ ବର୍ତିଲେ ପରିବାର

Sunil Chandra Nayak

ପ୍ରଥମ ପର୍ୟ୍ୟାୟରେ ଭାରତର ୧୩ଟି ସହରକୁ ମିଳିବ ୫ଜି ସେବା

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!