ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଦୁର୍ଗାପୂଜା ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ନବରଙ୍ଗପୁର ସାଂସଦ ଓ ବିଧାୟକ

କୋକସରା,୨୮/୦୯-( ମ ନି ସ) ସୁବର୍ଣ୍ଣ ଜୟନ୍ତୀ ଶାରଦୀୟ ଦୁର୍ଗାପୂଜା ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ଆରମ୍ଭ ହୋଇଛି ଦଶ ଦିନାତ୍ମକ ଦୁର୍ଗାପୂଜା। ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମଙ୍ଗଳବାର ମା ପଦ୍ମିନୀ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୂଜା ଉପ ସଭାପତି କିଶୋର ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଯୋଗଦେଇ ଆୟୋଜକ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜୟପାଟଣା ଇନ୍ଦ୍ରାବତୀ ମହା ବିଦ୍ୟାଳୟ ଅଧ୍ୟାପକ ଶ୍ରବଣ ଗୁପ୍ତା ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀର ର ବଜାଶାଲ, ଘନାଗୁଡା ର ଘୁମୁରା, ଏଲ ଏସ ଡ୍ୟାନ୍ସ ଗ୍ରୁପ ଲଡୁଗାଁ, ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଫୋକ ଡ୍ୟାନ୍ସ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନ କରିଥିଲେ। କମିଟିର ସନ୍ତୋଷ ଦାସ, ପଙ୍କଜ ମୁଖ ଚୌଧୁରୀ , ଶ୍ରୀମନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ।

Related posts

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

Sunil Chandra Nayak

ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ସହ ରାଇରଙ୍ଗପୁର ପୌରପରିଷଦର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!