ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭ୍ରାଂଶୁ ଶେଖର ପାଢୀ ଙ୍କ କବିତା ପାର୍ବଣେ ନବଦୁର୍ଗା

 ପାର୍ବଣେ ନବଦୁର୍ଗା

             

            ଶୁଭ୍ରାଂଶୁ ଶେଖର ପାଢୀ

ଆସୁଛ କି ମାଆ ଏ ଧରା ଧାମକୁ
                କାଶତଣ୍ଡି ଫୁଲେ ଫୁଲେ ।
ଉତ୍ସବ ମୁଖର ହେଉଅଛି ପରା
               ଆଜି ଏ ମହୀ ମଣ୍ଡଳେ ।
ପଲ୍ଲୀଠାରୁ ଦିଲ୍ଲୀ ଖୁସିରେ ନାଚୁଛି
               ମାଆ ଆସୁଛନ୍ତି ବୋଲି ।
ପାର୍ବଣର ସାଜ ସଜ୍ଜା ଲାଗି ଅଛି
               ଜଗତ ପଡ଼େ ଉଛୁଳି ।
ଦୁର୍ଗତି ନଶିନୀ ଦୁଃଖ ବିନାଶିନୀ
               ମାଆ ମହିଷା ମର୍ଦ୍ଦିନୀ ।
ସଙ୍କଟ ହାରିଣୀ ମଙ୍ଗଳ କାରିଣୀ
               ତୁମେ ଶକ୍ତି ସ୍ୱରୁପିଣି ।
ହେ ଶାନ୍ତି ଦାୟିନୀ ଆସ ଅବତରୀ
                ଜଗତକୁ ହୁଅ ସାହା ।
ଅଧର୍ମ ଅନିତୀ କରିବାକୁ ନାଶ
               ଆସ ମାଆ ଯୋଗମାୟା ।
ଧରି ତରବାରୀ ରକ୍ତ ମୁଖା ସାଜେ
               ଆଜି ଜଗତ ତୁମରି ।
ଆଗୋ ମହା ଦେବୀ! ଏ ମହା ପାର୍ବଣେ
                ଆସ ବାରେ ଅବତରୀ ।
ଦେବତା ମାନଙ୍କ ଦୁର୍ଗତି କାଳରେ
                ହୋଇଥିଲ ଆବିର୍ଭୁତା ।
ନଅଟି ରୂପରେ ପୂଜିତା ଯେ ତୁମେ
                ନବରାତ୍ରେ ନବ ଦୁର୍ଗା ।
ତୁମେ ଶୈଳପୁତ୍ରୀ ହେ ବ୍ରହ୍ମଚାରିଣୀ
               ତୁମେ ମାତା ଚିତ୍ରଘଣ୍ଟା ।
ତୁମେ ସ୍କନ୍ଧମାତା ମାଆ କାର୍ତ୍ୟାୟିନୀ
               ହେ ମହା ଦେବୀ କୁଷ୍ମାଣ୍ଡା ।
କାଳରାତ୍ରୀ ତୁମେ ମହାଗୌରୀ ତୁମେ
               ତୁମେ ମାଆ ସିଦ୍ଧିଦାତ୍ରୀ ।
ପାର୍ବଣ ଋତୁରେ ତୁମ ପୂଜା ବିଧି
               ପାଳିତ ଯେ ନବରାତ୍ରୀ ।

ବୀରମହାରାଜପୁର, ସୁବର୍ଣ୍ଣପୁର

Related posts

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

Sunil Chandra Nayak

ମହାବୀର ସାଂସ୍କୃତିକ ଅନୁଷ୍ଠାନ,ଭବାନୀପାଟଣାର  ମହାବୀର ମହୋତ୍ସବ ରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ କୃତୀ ସନ୍ତାନ ଭାବେ ସମ୍ବର୍ଦ୍ଧିତ

Sunil Chandra Nayak

ଶ୍ରୀ ଦ୍ୟାଧର ମହାନ୍ତ ଙ୍କ କବିତା ଚନ୍ଦ୍ରମା

Sunil Chandra Nayak

Leave a Comment

error: Content is protected !!