ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ପାର୍ବଣପୂଜା

  ପାର୍ବଣପୂଜା

  

      ପ୍ରେମଲତା

ପାର୍ବଣରେ ଶକ୍ତି ପୂଜା

   କାଶତଣ୍ଡି ଫୁଲସଜା

  ଆସ ଆସ ଅବତରୀ ମା

        ଦେବୀ ଦଶଭୂଜା। 

ଶକ୍ତି ତୁମେ ବହ୍ମମୟୀ 

 ମାତା ଗୋ ମମତାମୟୀ

  ଜୀବପ୍ରାଣେ ଜ୍ଞାନ ଦେଇ

ପାପୀକୁ ବିନାଶୀ ଦେବ ସଜ୍ଜା, 

 ଆସ ଆସ ମା ଦଶଭୁଜା।

  

 ଯୋଗ ତୁମେ ମହାମାୟୀ 

ଅନ୍ଧାରେ ଆଲୋକ ହୋଇ

ଅଜ୍ଞାନରେ ଜ୍ଞାନ ଦେଇ

ଚଉଦିଗେ ଭରିଦିଅ ଉର୍ଜା

ଆସ ଆସ ମା ଦଶଭୁଜା। 

ମା ଗୋ ମଂଗଳମୟୀ

 ତ୍ରୟମ୍ୱକ ତ୍ରିନୟନୀ

ସତ ରଜ ତମ ଗୁଣୀ

  ସର୍ବଭୂତେରେ ସଂସ୍ଥିତା, 

ଆସ ଆସ ମା ଦଶଭୁଜା। 

 ଷଷ୍ଠୀରେ ବେଲବରଣୀ

ସପ୍ତମୀରେ ଆବାହିନୀ

ସନ୍ଧି ପୂଜାର ଅଷ୍ଟମୀ

ନବମୀରେଅର୍ଘ୍ୟର ପୂର୍ଣ୍ଣତା। 

ଆସ ଆସ ମା ଦଶଭୁଜା। 

ଦଶମୀ ମହିଷାମର୍ଦ୍ଦିନୀ

ଆନନ୍ଦିଧରଣୀ ରାଣୀ

ଦଶହରାରେ ବିସର୍ଜନୀ

ପାର୍ବଣର ତୁମେ ହିଁପ୍ରେରଣା। 

ଆସ ଆସ ମା ଦଶଭୁଜା। 

Related posts

ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ 

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତା – ତୃତୀୟ ଅଧ୍ଯାୟର ସାରକଥା-୩

Sunil Chandra Nayak

Leave a Comment

error: Content is protected !!