ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାତୃ ବନ୍ଦନା ।।

।। ମାତୃ ବନ୍ଦନା ।।

          

                  କୈଳାସ ଚ଼ନ୍ଦ୍ର ପାଢ଼ୀ

ଜୟ ଜୟ ହୈମବତୀ  

ହରମତି ହରିପତି

ରୂପେ ବରି ମହାସତୀ

           ଲଭି ତୃପତି,

କୈଳାସ-କନ୍ଦରେ ସ୍ଥିତି

କଲ ମାତ ଜଗଦ୍ଧାତ୍ରୀ

ହରିବାକୁ ଭବେ ଦୀନ

           ଜନ ଦୁର୍ଗତି

ଅବନୀର-ଆଦି ଶକତି

ତୋକରୁଣା ବିନାକାର ନାହିଁଟି ଗତି।।

ସୁର-ନରାଦି-ଅସୁର

ଗନ୍ଧର୍ବ ଆଦି କିନ୍ନର

ଗ୍ରହ-ନକ୍ଷତ୍ରାଦି ଭବେ

           ଅଛନ୍ତି ଯେତେ

ସବୁରି ହୃଦୟେ ମାତ

ଅଛ ତୁମ୍ଭେ ବିରାଜିତ

 ସର୍ବେ ତୋ ଆଜ୍ଞାରେ ଚ଼ଳୁ-

           ଛନ୍ତି ନିରତେ

ମୁଁ -ଛାର ବର୍ଣ୍ଣିବି କେମନ୍ତେ,

ମାୟାଯାର ଅଗୋଚ଼ର ବ୍ରହ୍ମାଣ୍ଡ ହିତେ।

ସୃଷ୍ଟି ଆଦ୍ୟାଙ୍କୁର ତୁହି

ତୋବିନୁ କେ ଆନନାହିଁ

ସୃଷ୍ଟି ସ୍ଥିତି ପ୍ରଳୟକୁ

          ଏକା ତୁ ସାହା

ନିର୍ବାଣ-ପଥକୁ ମାତ

ତୁହି ଏକା ମୂଳ-ମନ୍ତ୍ର

ସକଳ ଜୀବ-ଆଧାର

          ତୁହି ଗୋ ମାଆ।

ସଂକଟ କାଳରେ ତୋ ନାଆଁ,

ସ୍ମରନ୍ତେ ଅଭୟ ପଦ

          ଦେଉ ଗୋ ମାଆ।

କୃଷ୍ଣ ଆତ୍ମଜ ବୋଲଇ

ମାଆ ଗୋ କରୁଣାମୟୀ

କରୁଣା-କଟାକ୍ଷ ଫେଇ

          ଚ଼ାହଁ ଗୋ ବାରେ

ଲଭି ତବ କୃପାଶୀଷ

ଭବେ ଅରଜିବି ଯଶ

ପ୍ରାଣ ବିସର୍ଜିବି ପାଦ-

          ପଦ୍ମ ସେବାର

ଚ଼ାହଁ କୃପାଲୋଳ ନେତ୍ରରେ,

ଦୁଃଖ ହାରୀ ମମ ଦୁଃଖ

          ହର ଗୋ ବାରେ ।।

       

କୁମାର ପୁର।ଅନନ୍ତ ପୁର।

ବାସୁଦେବ ପୁର। ଭଦ୍ରକ।

Related posts

କୋଷାଗୁମୁଡା ବ୍ଲକ ଯୁବ ବିଜେଡ଼ି କାର୍ଯ୍ୟକର୍ତ୍ତା ଚୟନ

Sunil Chandra Nayak

ଧାରଣା ସ୍ଥଳରେ ମାଣବସା ଗୁରୁବାର ପାଳନ କରି ପ୍ରତିବାଦ କଲେ ଅଙ୍ଗନବାଡ଼ି କର୍ମୀ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

Leave a Comment

error: Content is protected !!