ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଯ୍ୟଟକ ମାନଙ୍କ ପାଇଁ ଖବର, ଚିଲିକା ଜଳଯାତ୍ରା କରିବ ହାଉସ୍ ବୋଟ୍ ଗରୁଡ଼

ଏକାସାଙ୍ଗରେ ୬ଟି ଦମ୍ପତିଙ୍କ ରହଣୀ ପାଇଁ ବ୍ୟବସ୍ଥା

ଖୁବଶୀଘ୍ର ଚିଲିକାରେ ଯାତ୍ରା କରିବ ହାଉସ୍ ବୋଟ୍ ‘ଗରୁଡ’ । ଡଙ୍ଗା ଘରେ ରହି ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଖୁବ୍ ସୁନ୍ଦର ଭାବେ ଅତ୍ୟାଧୁନିକ ଢଙ୍ଗରେ ଗରୁଡକୁ ପ୍ରସ୍ତୁତ କରାଯାଇଛି । ଓଡିଶା ପ୍ରର୍ଯ୍ୟଟନ ବିଭାଗ ଦ୍ୱାରା ଏହି ହାଉସ ବୋଟ୍ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ଜୁନ୍ ତାରିଖରେ ଏହାର ଉଦଘାଟନ୍ କରିବେ । ଏଥିରେ ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ହାଉସ ବୋଟ୍ରେ ଖୁବ୍ ସୁନ୍ଦର କୋଠରୀ ରହିଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ରହିଛି । ଏକାଥରେ ୬ଟି ଦମ୍ପତିଙ୍କ ପାଇଁ ୨୪ ଘଂଟା ରହଣି ବ୍ୟବସ୍ଥା ରହିଛି । ଗରୁଡକୁ ସ୍ୱାଗତ ବେଳେ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସୁରକ୍ଷା ସଂପର୍କୀତ ସୂଚନା ଦିଆଯିବ ।ଗରୁଡରେ ରହଣି ବେଳେ ଖାଇବା ପାଇଁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସହ ଚା’ ଯୋଗାଇ ଦିଆଯିବ । ଓଡିଆ ଖାଦ୍ୟକୁ ପ୍ରାଥମିକତା ଦିଆଯିବ । ଖାଦ୍ୟ ମେନୁରେ ସାମୁଦ୍ରିକ ଖାଦ୍ୟ, କଙ୍କଡା, ଚିଲିକା ଚିଙ୍ଗୁଡି ଓ ଚିଲିକାର ଖଇଙ୍ଗା ମାଛ ରହିବ । ଦିନ ସାଢେ ଗୋଟାଏରେ ମଧ୍ୟାହ୍ନ ଭୋଜନରେ ଓଡିଆ ଖାଦ୍ୟ ସହ ସାମୁଦ୍ରିକ ଖାଦ୍ୟ ଖାଇପାରିବେ ପର୍ଯ୍ୟଟକ । ସେହିଭଳି ରାତି ୯ଟା ସୁଦ୍ଧା ରାତ୍ରି ଭୋଜନରେ ବିଭିନ୍ନ ପ୍ରକାର ଖାଦ୍ୟ ପରସା ଯିବ । ସକାଳ ସାଢେ ୭ଟାରେ ଜଳଖିଆ ଦିଆଯିବ । ଏବଂ ଅପରାହ୍ଣ ୪ଟା ସମୟରେ ଚିଲିକାରେ ଥିବା ବିଭିନ୍ନ ଟାପୁରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ମଜା ନେଇ ପାରିବେ ପର୍ଯ୍ୟଟକ । ରହଣୀ ସ୍ଥଳରେ ପାନୀୟଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ରହିବ । ପର୍ଯ୍ୟଟନସ୍ଥଳୀର ବିକାଶ କରିବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଗରୁଡର ପରିଚାଳନା ପାଇଁ ଏକ ଘରୋଇ ସଂସ୍ଥା ବିକାଶ ଇକୋ ରିସର୍ଟକୁ ଦିଆଯାଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଛନ୍ଦହୀନ ଶ୍ରାବଣୀ

Sunil Chandra Nayak

Leave a Comment

error: Content is protected !!