ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଷର ଦେହ , ନାରୀର ମନ ଯାତ୍ରା ଇତିହାସ ରେ ଏକ ଟର୍ଣିଂ ପଏଣ୍ଟ

ଥିଏଟର ଜଗତର ଜଣାଶୁଣା ଚର୍ଚ୍ଚିତ ଚେହେରା ତଥା ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ଦିନେଶ ଦାସ ପ୍ରଥମ କରି ଯାତ୍ରା ଜଗତ ରେ ପାଦ ରଖିଛନ୍ତି । ତାଂକ ରଚନା ଓ ନିର୍ଦ୍ଦଶନାରେ ଭିନ୍ନ ସ୍ୱାଦର ନାଟକ ‘ ପୁରୁଷର ଦେହ, ନାରୀର ମନ’ ନୂତନ ଯାତ୍ରା ଋତୁ ରେ ସତ୍ୟ ଜେନା ଙ୍କ ଅନୁରୋଧ କ୍ରମେ ଯାତ୍ରାମଞ୍ଚ ରଙ୍ଗମହଲ ପ୍ରସ୍ତୁତ କରିବାକୁ ଯାଉଅଛି। ଯାହାର ସ୍ୱର ସଂଯୋଜନାରେ ସଞ୍ଜୀବ ନାୟକ ଥିବା ବେଳେ ଗୀତ ରଚନା କରିଛନ୍ତି ନିଗମ ମିଶ୍ର ।

   ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ନାଟକ ରେ କିନ୍ନର ଚରିତ୍ର କୁ ଚଳ ଚଞ୍ଚଳ କରା ଯାଇ ତାର ସ୍ଥିତି, ଭିତ୍ତି ଓ ପରିସ୍ଥିତି କୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି ।କିନ୍ନର ର ଜୀବନ ଓ ସଂଘର୍ଷ ମୟ ନିଛକ ଛବି ଏଠାରେ ଫୁଟି ଉଠିଛି। ଯାହାକି ଯାତ୍ରା ଇତିହାସ ରେ ଏକ ନୂତନ ମୋଡ଼ ଦେବ ବୋଲି ନାଟ୍ୟକାର ଦିନେଶ ଦାସ ମତବ୍ୟକ୍ତ କରିଛନ୍ତି ।

ଅଦ୍ୟାବଧି ୩୦୦ରୁ ଉର୍ଦ୍ଧ୍ବ ଥିଏଟର ନାଟକ ପ୍ରସ୍ତୁତ କରି ପ୍ରଶଂସା ସାଉଁଟି ପାରିଥିବା ଦିନେଶ ଙ୍କର ଅଲ୍ଟରନେଟିଭ ରିଦିମ୍ ଥିଏଟର ଏକାଡେମୀ ରିସର୍ଚ୍ଚ ନାମରେ ଏକ ଅନୁଷ୍ଠାନଟିଏ ରହିଅଛି ।ତାଙ୍କ ରଚିତ ନାଟକ ସଙ୍କଳନ ‘ ମେଞ୍ଚାଏ ଦୀର୍ଘଶ୍ୱାସ ‘ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମନୋନୀତ ହୋଇ ରାଜା ରାମମୋହନ ଲାଇବ୍ରେରୀ ଫାଉଣ୍ଡେସନ ଦ୍ବାରା ପୁରପଲ୍ଲୀ ରେ ପରିଚିତ । ଓଡିଆ ନାଟକ ର ପରିବର୍ତନ ଧାରାରେ ସେ ନିଜକୁ ସାମିଲ କରାଇ ଗୋଟିଏ ପରେ ଗୋଟିଏ ଥିଏଟର ନାଟକ ଭେଟି ଦେଇ ଚାଲିଛନ୍ତି ।ଯାତ୍ରା ଜଗତ ରେ ଅନୁରୂପ ଭାବେ ଦିନେଶ ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

Sunil Chandra Nayak

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ହେଲେ ସୁସ୍ମିତା

Sunil Chandra Nayak

ଖଟୁଶ୍ୟାମ ସମାରୋହ ଉଦଯାପିତ

Leave a Comment

error: Content is protected !!