ଥିଏଟର ଜଗତର ଜଣାଶୁଣା ଚର୍ଚ୍ଚିତ ଚେହେରା ତଥା ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ଦିନେଶ ଦାସ ପ୍ରଥମ କରି ଯାତ୍ରା ଜଗତ ରେ ପାଦ ରଖିଛନ୍ତି । ତାଂକ ରଚନା ଓ ନିର୍ଦ୍ଦଶନାରେ ଭିନ୍ନ ସ୍ୱାଦର ନାଟକ ‘ ପୁରୁଷର ଦେହ, ନାରୀର ମନ’ ନୂତନ ଯାତ୍ରା ଋତୁ ରେ ସତ୍ୟ ଜେନା ଙ୍କ ଅନୁରୋଧ କ୍ରମେ ଯାତ୍ରାମଞ୍ଚ ରଙ୍ଗମହଲ ପ୍ରସ୍ତୁତ କରିବାକୁ ଯାଉଅଛି। ଯାହାର ସ୍ୱର ସଂଯୋଜନାରେ ସଞ୍ଜୀବ ନାୟକ ଥିବା ବେଳେ ଗୀତ ରଚନା କରିଛନ୍ତି ନିଗମ ମିଶ୍ର ।
ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ନାଟକ ରେ କିନ୍ନର ଚରିତ୍ର କୁ ଚଳ ଚଞ୍ଚଳ କରା ଯାଇ ତାର ସ୍ଥିତି, ଭିତ୍ତି ଓ ପରିସ୍ଥିତି କୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି ।କିନ୍ନର ର ଜୀବନ ଓ ସଂଘର୍ଷ ମୟ ନିଛକ ଛବି ଏଠାରେ ଫୁଟି ଉଠିଛି। ଯାହାକି ଯାତ୍ରା ଇତିହାସ ରେ ଏକ ନୂତନ ମୋଡ଼ ଦେବ ବୋଲି ନାଟ୍ୟକାର ଦିନେଶ ଦାସ ମତବ୍ୟକ୍ତ କରିଛନ୍ତି ।
ଅଦ୍ୟାବଧି ୩୦୦ରୁ ଉର୍ଦ୍ଧ୍ବ ଥିଏଟର ନାଟକ ପ୍ରସ୍ତୁତ କରି ପ୍ରଶଂସା ସାଉଁଟି ପାରିଥିବା ଦିନେଶ ଙ୍କର ଅଲ୍ଟରନେଟିଭ ରିଦିମ୍ ଥିଏଟର ଏକାଡେମୀ ରିସର୍ଚ୍ଚ ନାମରେ ଏକ ଅନୁଷ୍ଠାନଟିଏ ରହିଅଛି ।ତାଙ୍କ ରଚିତ ନାଟକ ସଙ୍କଳନ ‘ ମେଞ୍ଚାଏ ଦୀର୍ଘଶ୍ୱାସ ‘ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମନୋନୀତ ହୋଇ ରାଜା ରାମମୋହନ ଲାଇବ୍ରେରୀ ଫାଉଣ୍ଡେସନ ଦ୍ବାରା ପୁରପଲ୍ଲୀ ରେ ପରିଚିତ । ଓଡିଆ ନାଟକ ର ପରିବର୍ତନ ଧାରାରେ ସେ ନିଜକୁ ସାମିଲ କରାଇ ଗୋଟିଏ ପରେ ଗୋଟିଏ ଥିଏଟର ନାଟକ ଭେଟି ଦେଇ ଚାଲିଛନ୍ତି ।ଯାତ୍ରା ଜଗତ ରେ ଅନୁରୂପ ଭାବେ ଦିନେଶ ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍