ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାର୍ବଣ ଋତୁ ଉପଲକ୍ଷେ ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ

 ମୟୂରଭଞ୍ଜ -୨୧/୦୯/୨୨(ମସିହା) ପାର୍ବଣ ଋତୁ ଆଗମନ। ହିନ୍ଦୁ ସଂସ୍କୃତିର ଅନନ୍ୟ ପର୍ବ ମହାଳୟା, ଶାରଦୀୟ ଦୁର୍ଗାପୂଜା, ମହମ୍ମଦ ଜୟନ୍ତୀ,ରାବଣ ପୋଡି,ଗଜଲକ୍ଷ୍ମୀ ପୂଜା,କାଳୀ ପୂଜା, ଜଗଦ୍ଧାତ୍ରୀ ପୂଜାରେ ସମଗ୍ର ଭାରତବର୍ଷ ପଲ୍ଲୀରୁ ଦିଲ୍ଲୀ ଚଳଚଂଚଳ ହେବାକୁ ଯାଉଛି ।ମହାମାରୀ କରୋନା ପାଇଁ ଦୁଇବର୍ଷ ହେଲା ମା’ଙ୍କ ଦର୍ଶନ, ଆଶୀର୍ବାଦରୁ ବଂଚିତ ଥିବା ଆବାଳ ବୃଦ୍ଧ‌ବନିତା ମା’ଙ୍କୁ ପାଖରୁ ଦର୍ଶନ କରି ଆଶୀର୍ବାଦ ନେବାକୁ ଉତ୍ସୁକତାର ସହ ଅପେକ୍ଷା କରି ବସିଛନ୍ତି ।ପ୍ରବଳ ଗହଳି, ଶାନ୍ତି ଶୃଙ୍ଖଳା ପାଇଁ ବୁଧବାର ଦିନ ଅପରାହ୍ନ ୧୧ ଘଟିକାରେ ମୟୃରଭଂଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ଵିଜାତଳା ରାଜସ୍ବ ଅଧିକାରୀ ଶ୍ରୀ ଜଗବନ୍ଧୁ ମଲ୍ଲିକ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ, ଡାକ୍ତର ପବିତ୍ର ପ୍ରତ୍ଯୁଷ ମିଶ୍ର, ରାଇରଙ୍ଗପୁର ଆଦର୍ଶ ଥାନାଧିକାରୀ ଶ୍ରୀ ଅଜୟ ସୁଦର୍ଶନ ଲାଗେ, ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ଉପସ୍ଥିତିରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା, ଶାନ୍ତି କମିଟି ସଦସ୍ୟ, ପୋଲିସ ପ୍ରଶାସନ, ଅବକାରୀ,ବିଦ୍ୟୁତ ବିଭାଗ,ପିଏଚଡ଼ି,ଅଗ୍ନିଶମ ବିଭାଗ,ପୂର୍ତ୍ତ ବିଭାଗର ବିଭାଗୀୟ କର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ । ଦୁର୍ଗାପୂଜା ପୂର୍ବରୁ ପୌରାଞ୍ଚଳର ରାସ୍ତାଘାଟ ମରାମତି କରାଯିବା, ସମସ୍ତ ଓ୍ବାର୍ଡ ଓ ସାହି ବସ୍ତିରେ ଆଲୋକ ବ୍ୟବସ୍ଥା ଠିକ କରିବା,ପାନୀୟ ଜଳ ଯୋଗାଣକୁ ନିରବର୍ଛିନ ରଖିବା,ଡ୍ରେନ ଗୁଡିକୁ ସଫା କରି ବ୍ଲିଚିଂ,ମଶାତେଲ ପକାଇବା, ଯାନବାହାନ ଚଳାଚଳକୁ ସୁଗମ କରାଯିବା,ନିରବର୍ଛିନ ବିଦ୍ୟୁତ ସେବା ଦେବା, ଅତ୍ୟାବଶ୍ୟକୀୟ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା, ଅଶ୍ଳୀଳ ନାଚ ଗୀତ ବନ୍ଦ କରିବା,ବାସି ଓ ଦୂଷିତ ଖାଦ୍ୟ ବିକୁଥିବା ଦୋକାନରେ ଚଢ଼ାଉ କରିବା,ଛକ ମାନଙ୍କରେ ପାନୀୟ ଜଳ ଯୋଗାଣ କରିବା,ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ପାର୍କିଂ ନିର୍ମାଣ, ଶାନ୍ତି ଶୃଙ୍ଖଳା ପାଇଁ ବେଆଇନ ଚୋରା ମଦ ମାଫିଆ ଓ ନିଶା ବେପାରୀଙ୍କ ଉପରେ କଡ଼ା ନଜର ରଖିବା,ଲୁଟେରା, ଅସାମାଜିକ,ଛିନତାଇ,ପକେଟମାର,ବାଇକ ଲୁଟେରା ଓ ଆନ୍ତଃ ରାଜ୍ୟ ଡକାୟତଙ୍କ ଗତିବିଧି ଉପରେ କଡା ନଜର ରଖିବା, ସୁରକ୍ଷା ଉପରେ କଡାକଡି ଧ୍ୟାନ ଦେବାପାଇଁ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ପାର୍ବଣ ଋତୁର ସମସ୍ତ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଵାମନଘାଟୀ ଉପଖଣ୍ଡବାସୀଙ୍କର ସହଯୋଗ କାମନା କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ମୋହିତ ସ୍ବପ୍ନର ମାୟା

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା ଚନ୍ଦ୍ରଘଣ୍ଟା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort