ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଜୟ କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା(  ମ ନି ସ )  ଗତ ୫.୫.୨୦୨୨ ରିଖ ଅପରାହ୍ନ ୫.୦୦ ଘ ସମୟରେ କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧ୍ୟକ୍ଷତା ରେ ଭର୍ଚୁଆଲ ମୋଡରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଜୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିସାରି ଙ୍କ ସମେତ ଏ ଡି ଏମ (ରାଜସ୍ବ) ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଏ ଡି ଏମ ( ସାଧାରଣ) ଶ୍ରୀ ସୁଶାନ୍ତ କୁମାର ପଟେଲ, ପି ଡି, ଡି ଆର୍ ଡି ଏ ଶ୍ରୀ ସୋମେଶ ଉପାଧ୍ୟାୟ , ଉପ ଜିଲ୍ଲାପାଳ, ଧର୍ମଗଡ ଶ୍ରୀ ସଚିନ ପାୱାର, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ,ସମସ୍ତ ବିଭାଗୀୟ ଅଧିକାରୀ,ସମସ୍ତ ବି ଡି ଓ,ତହସିଲଦାର, ଇ ଓ, ମ୍ୟୁନିସିପାଲଟି/ଏନ୍ ଏ ସି ଉପସ୍ଥିତ ଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଧାୟକ ଗଣ ଆସନ୍ତା ବର୍ଷାଋତୁରେ ଜିଲ୍ଲାରେ ବନ୍ୟା ଓ ବାତ୍ୟା ର ସମ୍ଭାବ୍ୟ ପ୍ରକୋପ କୁ ସାମ୍ନା କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ନେଇଥିବା ପଦକ୍ଷେପ କୁ ସମୀକ୍ଷା ପୂର୍ବକ ବିଭିନ୍ନ ସ୍ଥାନରେ ଥିବା ଅସୁବିଧା ଓ ଆଶଙ୍କା କରୁଥିବା ସମସ୍ୟା କୁ ସଭାରେ ଉପସ୍ଥାପନ କରିଥିଲେ।ସହକାରୀ ଜିଲ୍ଲାପାଳ (ଜରୁରୀ) ସୁଶ୍ରୀ ପ୍ରଧାନ ଏଜେଣ୍ଡା ଅନୁଯାୟୀ ସଭା ପରିଚାଳନା କରିଥିଲେ । ମୁଖ୍ୟତଃ ୧୪ ଟି ବିଷୟ ବନ୍ୟା ସମୟରେ ଖାଦ୍ୟ ମହଜୁଦ, ରିଲିଫ୍ ସାମଗ୍ରୀ ମହଜୁଦଓ ବଣ୍ଟନ,ବନ୍ୟା ପ୍ରତିରୋଧ ଯନ୍ତ୍ରପାତି,ବନ୍ୟା ଆଶ୍ରିତ ଗୃହ,ସାମୟିକ ଆଶ୍ରୟ ସ୍ଥଳୀ, ଅଗ୍ନିଶମ ବିଭାଗର ତପ୍ତରତା, ଜଳସେଚନ ଓ ଉଠା ଜଳସେଚନ ର ଘାଈ ମରାମତି ଓ ସମ୍ଭାବ୍ୟ ଘାଈ ପାଇଁ ସତର୍କତା, ସ୍ୱାସ୍ଥ୍ୟ ବିଭାଗ ର ପଦକ୍ଷେପ, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ,ଜାତୀୟ ରାଜପଥ/ଗ୍ରାମ୍ୟ ଉନ୍ନୟନ/ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ରାସ୍ତା ମରାମତି, କୃଷି ବିଭାଗ ର ପଦକ୍ଷେପ,ପଶୁ ରକ୍ଷା,ବିଦ୍ୟୁତ ସରବରାହ ଓ ମରାମତି, ନୌକା ର ଉପଯୋଗ,ବନ୍ୟା ନିୟନ୍ତ୍ରଣ କକ୍ଷ, ବି ଡି ଓ ତଥା ତହସିଲଦାରଙ୍କ ଭୂମିକା,ଆଶାକର୍ମୀ/ଅଙ୍ଗନବାଡ଼ି କର୍ମୀ/ ସ୍ବାସ୍ଥ୍ୟ କର୍ମୀ ଙ୍କ ଟିମ୍ ଇତ୍ୟାଦି ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜର ପ୍ରସ୍ତୁତି ଓ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।

ଜିଲ୍ଲା ୧୩ ଟି ବ୍ଲକରେ ଯୋଗାଣ ବିଭାଗ ତରଫରୁ ବିଭିନ୍ନ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ଚୁଡ଼ା,ଗୁଡ଼, ଦିଆସିଲି, କ୍ୟାଣ୍ଡଲ, ବିସ୍କୁଟ,ଚାଉଳ ମହଜୁଦ, ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାପ୍ଲାବିତ ଅଞ୍ଚଳରେ ପଲିଥିନ ଉପଯୋଗ ପାଇଁ ୩୩୬୪ ଟି ପଲିଥିନ ରୋଲ୍ ମହଜୁଦ,କେସିଙ୍ଗା ବ୍ଲକ ର ବେଲଖଣ୍ଡି, ଜୁନାଗଡର କୁଟେଲ ଗାଁ,କଲମପୁରର ବାଳିଛଡ଼ା, ଜୟପାଟଣାର ରସଡୁମେର ଠାରେ ଚେନ୍- ସ, ଲାଇଫ୍ ଜ୍ୟାକେଟ,ଆସ୍କା ଲାଇଟ୍,ଜେନେରେଟର ମହଜୁଦ ସହ ବନ୍ୟା ଆଶ୍ରୀତ ଗୃହ ର ବ୍ୟବସ୍ଥା, ସ୍କୁଲମାନଙ୍କରେ ସାମୟିକ ଆଶ୍ରୟସ୍ଥଳ,ଜଳସେଚନର କଣ୍ଟ୍ରୋଲ ରୁମ୍, ସ୍ବାସ୍ଥ୍ୟ ବିଭାଗ ତରଫରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସାପ କାମୁଡା ଔଷଧ, ଓ ଆର୍ ଏସ୍,ଜଳ ବାହିତ ରୋଗର ଔଷଧ ବ୍ୟବସ୍ଥା, ଆର୍ ଡବ୍ଲୁ ଏସ୍ ଏସ୍ ତଥା ପି ଏଚ ଡି ତରଫରୁ ନଳକୂପ ବିଶୋଧନ ପାନୀୟ ଜଳ ବିଶୋଧନ, ବ୍ଲିଚିଙ୍ଗ,ନଳକୂପ ମରାମତି , ମ୍ୟୁନିସିପାଲଟି ଓ ଏନ୍ ଏ ସି ର ବନ୍ୟା ପ୍ଲାବିତ ୱାର୍ଡ ମାନଙ୍କରେ ପ୍ରଭାବିତ ଲୋକଙ୍କୁ ଅପସାରଣ ଓ ସାମୟିକ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା ଉପରେ ବିଶଦ ଆଲୋଚନା ହୋଇଥିଲା ।ଜିଲ୍ଲାପାଳ ଡ ଗାଭାଲି ସମସ୍ତ ବିଭାଗୀୟ ଅଧକାରୀମାନଙ୍କୁ ସତର୍କ ରହିବା ସଙ୍ଗେ ସଙ୍ଗେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ବିପର୍ଜୟ ବା ଦୁର୍ଘଟଣା ଘଟିଲେ ୧୧୨ ନମ୍ବର ବ୍ୟତୀତ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଙ୍କ ଜରୁରୀ ଶାଖା ୨୪*୭ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୬୭୦୨୩୦୪୫୫କୁ ଫୋନ କରି ଜଣାଇପାରିବେ।

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରୂପାଙ୍ଗନା ଋତୁମତି

ମୂଳାଷ୍ଟମୀ ତିଥିରେ ଜୁନାଗଡ଼ ଓ ମେଦିନୀପୁରଠାରେ ଖଣ୍ଡାବସା ପାଳିତ 

Sunil Chandra Nayak

ଆଦର୍ଶ ପାଠାଗାର ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

Leave a Comment

error: Content is protected !!