ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯ ର ଶୁଭାରମ୍ଭ

ଭବାନୀପାଟଣା (ମ ନି ସ ) ୬.୫.୨୦୨୨ରିଖ : ଓଡ଼ିଶା ସରକାରଙ୍କ ଓଡ଼ିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋ ମେସନ୍ ସିଷ୍ଟମ୍ ବା ଓସ୍ୱାସ ପ୍ରକ୍ରିୟାକୁ କଳାହାଣ୍ଡି ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯକାରୀ କରିବା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଏପ୍ରିଲ ୭ ଏବଂ ୮ ତାରିଖରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷି ରେ ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଓସ୍ୱାସ ର ଶୁଭାରମ୍ଭ କରିଥିଲେ। ଓସ୍ୱାସ କୁ ସରକାରୀ କାର୍ଯରେ କାର୍ଯକାରୀ କରାଗଲେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ୫ଟି ଅନ୍ତର୍ଗତ କାର୍ଯକ୍ରମ ର ଦକ୍ଷତା ବୃଦ୍ଧି ସହ ନଥିପତ୍ର ଜନିତ ଅହେତୁକ ବିଳମ୍ବକୁ ରୋକାଯାଇ ପାରିବ ଏବଂ ସ୍ୱଚ୍ଛତା ବଜାୟ ରଖିହେବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ଡ଼ ଗାଭାଲି ୨ ଟି ଫାଇଲ୍ କାର୍ଯ ଓସ୍ଵାସ ମାଧ୍ୟମରେ କରି ଏହା ଶୁଭାରମ୍ଭ କରିଥିଲେ। ଓସ୍ଵାସ ଭୁବନେଶ୍ୱର ପ୍ରୋଜେକ୍ଟ ସଂଯୋଜକ ଶ୍ରୀ ରାକେଶ ସାହୁ ପୂର୍ବରୁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ଶ୍ରୀ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀ ସୁଶାନ୍ତ କୁମାର ପଟେଲଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଗୁଡିକରେ ଏହି ଓସ୍ୱାସ ବ୍ୟବସ୍ଥା ଗ୍ରହଣ କରାଯିବ ।ଜିଲ୍ଲା କାର୍ଯ୍ୟାଳୟ ରେ ଏହାର କାର୍ଯ୍ୟକାରିତା ପାଇଁ ଡେପୁଟି କଲେକ୍ଟର (ରେଭିନ୍ୟୁ) ପ୍ରୀତା କୁମାର, ଇ ଗଭର୍ନାନ୍ସ ମ୍ୟାନେଜର ଶ୍ରୀ ସଂଜୀବ ଚୌଧୁରୀ, ଟେକ୍ନିକାଲ ସପୋର୍ଟ ଶ୍ରୀ ଅଶୋକ ମିଶ୍ର କାର୍ଯ କରୁଛନ୍ତି।

Related posts

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪

Leave a Comment

error: Content is protected !!