ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାଖା ଉପଡାକଘର ଉଦଘାଟିତ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଉଲିକୁପା ଠାରେ ଏକ ଶାଖା ଡାକଘର ଉଦଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ ଏହାକୁ ଉଦଘାଟନ କରିଥିବା ବେଳେ ବିଭାଗ ତରଫରୁ ଏ ଏସ୍ ପି ନିଳମଣି ଜାନି,ପୋଷ୍ଟାଲ ଓଭରସିଅର୍ ପ୍ରମୋଦ ନାଗ, ସରପଂଚ ଦୀପାଞ୍ଜଳୀ ଶବର, ସମିତି ସଭ୍ୟ ନୀଳେନ୍ଦ୍ରୀ ସାହୁ,ନାଏବ ସରପଞ୍ଚ ରିତା ମାଝୀ,ନିଶାଣପୁର ପୋଷ୍ଟମାଷ୍ଟର ବିରେନ୍ଦ୍ର ରଣା ଓ ଉଲିକୁପା ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ଦାବି ପୁରଣ ହୋଇଥିବାରୁ ଖୁସିର ଲହରୀ ଦେଖାଦେଇଛି। ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀଙ୍କ ଉଦ୍ୟମକୁ ଗ୍ରାମବାସୀ ମଧ୍ୟ ପ୍ରଶଂସା କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

Sunil Chandra Nayak

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପଦ୍ମ

Leave a Comment

error: Content is protected !!