ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ ଓ ସାଧାରଣ ସଭା

ବାଲେଶ୍ଵର,୦୫/୧୧/୨୨- ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଶିକ୍ଷକ ମଞ୍ଚ । ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ ପ୍ରଦର୍ଶନ । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ତରଫରୁ ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଥମେ ବ୍ଲକ ଶିକ୍ଷକ ଭବନ ଠାରୁ ମଞ୍ଚର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ହାତରେ ପ୍ଲା-କାର୍ଡ ଧରି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ସଭାସ୍ଥଳ ଖଇରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ପରେ ପରେ ଲମ୍ବୋଦର ଦାସଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚ ଆହ୍ୱାନ କରିଥିଲେ ସିଆରସିସି ସୁଶାନ୍ତ କୁମାର ମହାପାତ୍ର । ଉକ୍ତ ସଭାରେ ମୁଖ୍ୟ ଅତିଥି ଆସନ ଅଳଂକୃତ କରିଥିଲେ ଖଇରା ମହାବିଦ୍ୟାଳୟର ଅଧ୍ଯାପକ ବନମାଳୀ ବାରିକ । ମୁଖ୍ୟବକ୍ତା ନାରାୟଣ ଚନ୍ଦ୍ର ପେଡା ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଞ୍ଚର ସମ୍ପାଦକ ସୁଦର୍ଶନ ସେଠୀ, କୈଳାସ ଚନ୍ଦ୍ର ବେହେରା, ରଞ୍ଜନ କୁମାର ମହଲା, ଲକ୍ଷ୍ମଣ ସେନ୍, ଭରତ ଶିଅଳ, ନାରାୟଣ ଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ମହାନ୍ତି, ରବୀନ୍ଦ୍ର ଶିଅଳ ଓ ନାରାୟଣ ଚନ୍ଦ୍ର ପେଡା ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥିମାନେ ଶିକ୍ଷକ ମାନଙ୍କର ମୁଖ୍ୟ ଦାବି ୬ ବର୍ଷ ଚୁକ୍ତି ଭିତ୍ତିକ କାର୍ଯ୍ୟକଳାପକୁ ମୂଳ ଚାକିରୀରେ ସାମିଲ କରିବା ଓ ଏହି ୬ ବର୍ଷରେ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା ଉପରେ ଆଲୋଚନା କରିଥିଲେ । ଯଦି ସରକାର ଦାବି ପୂରଣ ଦିଗରେ ସଚେତନ ନ ହୁଅନ୍ତି, ତେବେ ଆଗାମୀ ଦିନରେ ଏହି ବିକ୍ଷୋଭ ଖଇରା ଠାରୁ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ଯାପିବ ବୋଲି ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭ ମାଧ୍ୟମରେ ନ୍ଯାର୍ଯ୍ଯ ଦାବି ସରକାରଙ୍କ ଠାରୁ ଛଡାଇ ଆଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ ଏବଂ ଦାବି ହାସଲ ପର୍ଯ୍ୟନ୍ତ ଏ ଲଢେଇ ଚାଲୁ ରଖିବାକୁ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିବେଦନ କରିଥିଲେ ଅତିଥିମାନେ । ମଞ୍ଚର ସମସ୍ତ କର୍ମକର୍ତ୍ତା ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନାରେ ସହଯୋଗ କରିଥିଲେ । ଆବାହକ ହଳଧର ସାହୁଙ୍କ ଦ୍ବାରା ଆୟୋଜିତ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିଲା । ସଭା ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲା ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ । ଏଥିରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ପୁଣି ମାତିଲେ ମାଓବାଦି..ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଉଠାଇ ନେଇ ମାରିଦେଲେ ନକ୍ସଲ

Sunil Chandra Nayak

Leave a Comment

error: Content is protected !!