ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଳାସ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

କୋକସରା,୧୧/୦୭- ( ମ ନି ସ) ଜୟପାଟଣା ଥାନା ରେଙ୍ଗାଳପାଲି ପଞ୍ଚାୟତ କୋଦୋଭଟା ଗାଁ ନିକଟରେ ଚାଷଜମି ରେ ଥିବା ଏକ ପଳାସ ଗଛରେ ଯୁବକ ଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଜୟପାଟଣା ପୋଲିସ। କୋଦୋଭଟା ଗାଁ ନିକଟରୁ ଆଜି ସକାଳେ ଜଣେ ଯୁବକ ପଳାସ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣକ କୋକସରା ବ୍ଲକ କୋକସରା ଗ୍ରାମର ବିଭୀଷଣ ରାଉତ(୨୨) ବୋଳି ଜଣାପଡିଛି। ସେ ରବିବାର ସନ୍ଧ୍ୟାରେ କୋଦୋଭଟାରେ ରହୁଥିବା ନିଜ ଭଉଣୀ ଘରକୁ ଯାଇଥିବା ବେଳେ ରାତିରେ ଆତ୍ମହତ୍ୟା କରିଥିବା ସୁଚନା ମିଲିଛି। ମୃତ ଯୁବକଙ୍କ ସମ୍ପର୍କୀୟ ଙ୍କ ଉପସ୍ଥିତି ରେ ଶବ ଜବତ କରିବା ପରେ ଜୟପାଟଣା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି ପୋଲିସ। ଏନେଇ ଜୟପାଟଣା ଥାନା କେଶ ନମ୍ବର ୧୮/୨୨ ରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବା ନେଇ ତଦନ୍ତକାରୀ ପୋଲିସ ଏଏସଆଇ ବାଳକୃଷ୍ଣ ପିଡ଼ିକା ସୂଚନା ଦେଇଛନ୍ତି।

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ବୈଠକ

Sunil Chandra Nayak

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

ବର୍ଷା ପବନରେ ଗଛ ପଡ଼ି ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!