କରୋନା ପାଇଁ ଚାଲୁଥିବା ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ । ଆସନ୍ତା ୧୫ତାରିଖରୁ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଅପସାରଣ କରାଯାଇ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରିବ । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଟ୍ରେନ୍ ଅପସାରିତ ହେବ ।
କରୋନା ପାଇଁ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରୁଥିଲା । ଏବେ ସ୍ଥିତିର ସମୀକ୍ଷା କରି ସାମୟିକ ଏକ୍ସପ୍ରେସ ଟ୍ରେନକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ୧୫ ଜୁଲାଇ ୨୦୨୨ଠାରୁ ବିଶାଖାପାଟନମ୍ରୁ ଏବଂ ୧୬ ଜୁଲାଇ ୨୦୨୨ ଠାରୁ ରାୟଗଡାରୁ ଚଳାଚଳ କରିବ ।
ସେହିପରି ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ ୧୫ ଜୁଲାଇଏବଂ ପଲାସା ଠାରୁ ୧୬ ଜୁଲାଇରୁ ଚଳାଚଳ କରିବ । ଏହାଛଡ଼ା ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ ୧୫ ଜୁଲାଇ ଏବଂ କିରାଣ୍ଡୁଲରୁ ୧୬ ଜୁଲାଇରୁ ଚଳାଚଳ କରିବ ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…