ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ ବାର୍ଷିକୋତ୍ସବ ହାରଭଷ୍ଟ – ୨୦୨୨ – ୨୩

ଭବାନୀପାଟଣା:୦୬/୧୨ -(ମ.ନି.ସ):- ଭବାନୀପାଟଣା ୦୬/୧୨/୨୦୨୨ ରିଖ (ମଙ୍ଗଳବାର) ଦିନ ବିକାଶ ଗ୍ରୃପ ଅଫ ଇନଷ୍ଟିଚ୍ୟୁସନ, ଭବାନୀପାଟଣା ଶାଖାରେ ଚତୁର୍ଥ ବାର୍ଷିକୋତ୍ସବ ହାରଭଷ୍ଟ – ୨୨-୨୩ ଓ୍ବିସଡମ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିକାଶ ଗ୍ରୃଫ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି. ମୂରଳୀ କ୍ରିଷ୍ଣା, କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ବର ରାଓ, ପରିଚାଳନା ସଦସ୍ୟ ଭି.ଭି. ସତ୍ଯନାୟଣ, ଡ.ପ୍ରତାପ. ଡି.ରାମକ୍ରିଷ୍ଣା,ଡ. ସତ୍ଯନାରୟଣ ପଣ୍ତା, ଡି,ପଦ୍ମୀନି, ଗିତିକା ଚୌଧୁରୀ,ଡିନ, ପିତାମ୍ବର ଦାସ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ଚ୍ଯାୟାରମ୍ଯାନଙ୍କ ଦ୍ବାରା ଓ୍ବିସଡମ ପାର୍କ ପରିସରରେ ଓ୍ବାଟର ଫାଉନ୍ଡେନ ର ଉଦଘାଟନ କରାଯାଇଥିଲା। ବିକାଶ ଭବାନୀପାଟଣା ଶାଖାର ନିର୍ଦ୍ଦେଶକ ଡି, ଶ୍ଯାମ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିକାଶ ଆବାହକ ବିଦ୍ୟାଳୟର ଅଧ୍ଯକ୍ଷ ସୁଶ୍ରୀ ଆଳତୀ ମିଶ୍ର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀ ଯୁବରାଜ ନାୟକ, ବିକାଶ ଯୁକ୍ତ ତିନି ବିଭାଗ ପାଇଁ ନିର୍ଦ୍ଦେଶକ ଡି,ରାମକୁମାର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ଯତମ ଅତିଥି ଭାବେ କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି, ନାଗେଶ୍ବର ରାଓ, ଚଳିତ ବର୍ଷର ଛାତ୍ର ଛାତ୍ରୀଙ୍କ ସଫଳତା ଉପରେ ଆଲୋକ ପାତ କରିଥିଲେ। ବିକାଶ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି. ମୂରଳୀ କ୍ରିଷ୍ଣା, କଳାହାଣ୍ଡି ମାଟି, କଳାରେ ପୂର୍ଣ୍ଣ ମାଟି କିପରି ତାଙ୍କୁ ମୋହାଚ୍ଛନ୍ନ କରେ ସେ ସମ୍ପର୍କରେ ଅବିହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସଞ୍ଜୟ କୁମାର ଶତପଥୀ ସମସ୍ତଙ୍କ ଠାରେ ଅନନ୍ୟ ପ୍ରତିଭା ଅଛି, ବିଶ୍ବ ନିୟନ୍ତାଙ୍କ ବିଚିତ୍ର ସୃଷ୍ଟିରେ ଆମେ ଅନନ୍ୟ ଓ ତାକୁ ଶିକ୍ଷା ଦ୍ବାରା ହିଁ ପୂର୍ଣ୍ଣତା ପ୍ରାପ୍ତ କରିହୁଏ ବୋଲି ମତ ବ୍ଯକ୍ତ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୮ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ତାଳଚେର ବିମଳାଗଡ ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗ

Sunil Chandra Nayak

Leave a Comment

error: Content is protected !!