ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର କମିଟି ର ପ୍ରସ୍ତୁତି ବୈଠକ

ଧର୍ମଗଡ:୭/୧୨/୨୨: କଳାହାଣ୍ଡି ଉତ୍ସବ ଧର୍ମଗଡ ପାଇଁ ଆଜି ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ପ୍ରଚାର ପ୍ରସାର କମିଟି ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବୈଦ୍ୟନାଥ ବେହେରା, ଇଙ୍ଗିତ କୁମାର ପଣ୍ଡା, ଉମେଶ ଦୁରିଆ, ସାମ୍ବାଦିକ କୃଷ୍ଣ ଦାସ ନାଏକ ,ପ୍ୟାରି ଲାଲ ଦୁର୍ଗା, ପ୍ରମୋଦ ପଣ୍ଡା, ଜନ୍ମେଜୟ ନାଏକ,ନରେଶ ସୁନାନୀ, ସୌମ୍ୟ ରଞ୍ଜନ ନାଏକ, ରମେଶ ସାଗର,ରୋହିତ ବାଗ,ଓ ବାଜି ପ୍ରଧାନ ଙ୍କ ସମେତ ବହୁ ସାମ୍ବାଦିକ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ। ଏହି ବୈଠକରେ ସର୍ବ ସମ୍ମତି କ୍ରମେ କମିଟି ପକ୍ଷରୁ ମୂଖ୍ୟ ରାସ୍ତା କଡରେ ହୋର୍ଡିଂ ସ୍ଥାପନ , ସ୍ବାଗତ ତୋରଣ ନିର୍ମାଣ , କେବୁଲ ଟିଭି ମାଧ୍ୟମରେ ୩ ଦିନ ଉତ୍ସବ ର ସିଧା ପ୍ରସାରଣ , ଉପଖଣ୍ଡ ଅଞ୍ଚଳ ରେ ବ୍ୟାପକ ପ୍ରଚାର ଓ ପ୍ରସାର, ସମେତ ଉତ୍ସଵ ସମ୍ବଧିତ ବିଭିନ୍ନ ପ୍ରତିଯୋଗୀତା ଉପରେ ଆଲୋଚନା ହୋଇଥିଲା।ଉପ ଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

ଖ୍ୟାତିନାମା ଯୁବ ସାମ୍ବାଦିକ ଜଗଦିଶ୍ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି

Sunil Chandra Nayak

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

Leave a Comment

error: Content is protected !!