ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ରୋଡ଼ଠାରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ଉଦଘାଟନୀ ମ୍ୟାଚରେ ମ. ରାମପୁରକୁ ୨-୦ ଗୋଲରେ ହରାଇଲା ବିଷମକଟକ

ଲାଞ୍ଜିଗଡ଼,୦୭/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ସ୍ପୋର୍ଟ୍ସ ଏସୋସିଏସନ୍ ଆନୁକୂଲ୍ୟରେ ସର୍ବ ପ୍ରଥମ ଥର ପାଇଁ ଏକ ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିବାବେଳେ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଏହା ଉଦଘାଟିତ ହୋଇଯାଇଛି ! ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଦୀପକ କୁମାର ମହାପାତ୍ର, ପବନ କୁମାର ଅଗ୍ରୱାଲ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସଭାପତି ନୀଲେଶ କୁମାର ନାଗ, ସଂପାଦକ ଗୋପାଳଦାସ ମହାନନ୍ଦ, ପୂର୍ବତନ ସରପଞ୍ଚ ସୂର୍ଯ୍ୟକାନ୍ତୀ ମାଝୀ, ସିକେରକୁପା ଫାଣ୍ଡି କର୍ମଚାରୀ ଗୋକୁଳ କୁମାର ସାହୁ, ବରିଷ୍ଠ ନାଗରିକ ନାଭି ଗହୀର, କେ. ରୋଶନ ବର୍ମା, ପ୍ରମୋଦ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ରୋଡ଼ ସ୍ପୋର୍ଟ୍ସ ଏସୋସିଏସନର ସଭାପତି ଟଙ୍କଧର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବ ଅବସରରେ ଏସୋସିଏସନର ଗୋପାଳ ସୁନାନୀ, ସୁବାସ ବାଗ, ବାବୁଲା ମହାନନ୍ଦ, ନିରଞ୍ଜନ ପାଢ଼ୀ, ସୁଶାନ୍ତ ଚନ୍ଦନ, ମକରନ୍ଦ ବଗର୍ତ୍ତୀ, ମିଥୁନ ସାହୁ, ସତ୍ୟ ନାରାୟଣ ପଟ୍ଟନାୟକ, ଯୁଗେଶ୍ବର ଗହୀର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ଆଜିର ଉଦଘାଟନୀ ମ୍ୟାଚ୍ ରାୟଗଡ଼ା ଜିଲ୍ଲା ବିଷମ କଟକର ନେହରୁ କ୍ଲବ ଏବଂ କଳାହାଣ୍ଡି ଜିଲ୍ଲା ମ. ରାମପୁର ବିଏସ୍ଏ ଫୁଟବଲ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ! ଏଥିରେ ବିଷମକଟକ ଦଳ ମ. ରାମପୁର ଦଳକୁ ୨-୦ ଗୋଲ ଦେବା ସହିତ ବିଜୟୀ ହୋଇଥିଲା ! ଆଜିର ମ୍ୟାଚ ପରିଚାଳନାରେ ରେଫରୀ ଭାବେ କିଶୋର କୁମାର ଘଡ଼େଇ, ଲାଇନ୍ସ ମ୍ୟାନ ଭାବେ କୀର୍ତ୍ତୀ ସାହୁ ଓ ସୁନୀଲ ବେହେରା ମ୍ୟାଚ୍ ପରିଚାଳନା କରିଥିଲେ ! ଜାତୀୟସ୍ତରୀୟ ପ୍ରତିଯୋଗିତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ! ଏଇ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଭାଗ ନେଉଥିବାବେଳେ ଆସନ୍ତା ୧୮ ତାରିଖ ଦିନ ଫାଇନାଲ ମ୍ୟାଚ୍ ସହିତ ପ୍ରତିଯୋଗିତା ଉଦଯାପିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ମିଳିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମୃତ ଲୋକଙ୍କ ନାରେ ଉଠା ଯାଉଛି ଟଙ୍କା ଅଧିକାରୀ ଜାଣିନାହାନ୍ତି ? 

Sunil Chandra Nayak

ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ : ସାରଦା 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘରେ ହେରାପଞ୍ଚମୀ

Leave a Comment

error: Content is protected !!