ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ୍ ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ 

ରୁପ୍ରା, ୭/୧୨ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ଲକ୍ ସ୍ତରୀୟ ଖେଳକୁଦ ସମାରୋହ ୨୦୨୨ – ୨୩ ମଙ୍ଗଳବାର ଦିନ ତୁଲାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତପିମଣି ଯାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ତୁଲାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମଲ୍ଲିହାର ପଧାନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନେପାଳ ଭୋଇ ଯୋଗଦାନ କରିଥିଲେ । ଏହି ଅବସରରେ ନର୍ଲା ବ୍ଲକ ଅଧିନ ୨୧ଟି ପ୍ରାଥମିକ ବିଦ୍ୟାଳୟ ଓ ୩୦ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୬୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୫୨ଜଣ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପଞ୍ଜିକରଣ ଶିକ୍ଷକ ଶ୍ରୀ ଜୟକୃଷ୍ଣ ନାଏକ ଓ ଶ୍ରୀ ସମୀର ରଞ୍ଜନ ନାଏକ କରିଥିଲେ। ୧୪ବର୍ଷରୁ କମ୍ ଓ ୧୭ବର୍ଷରୁ କମ୍ ବୟସର ଦୁଇଟି ବିଭାଗରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ଲମ୍ୱ ଡିଆଁ, ଉଚ୍ଚ ଡିଆଁ, ଡିସକସ୍, ପୁଟିଙ୍ଗଦିସଟ୍, ଜାଭଲିନ୍, କବାଡି, ଫୁଟବଲ, ଭଲିବଲ ଓ କ୍ରିକେଟ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା। ଖେଳ ପରିଚାଳନା ପିଇଟି ଶ୍ରୀ ନାରାୟଣ ପଧାନ, ଶ୍ରୀ ସନ୍ତୋଷାନନ୍ଦ ନାଏକ, ଶ୍ରୀ ଧୃବ ନାଗ, ଶ୍ରୀ ପ୍ରଦୀପ ସାହାଣୀ, ଶ୍ରୀ ଚନ୍ଦ୍ରମୋହନ ବିଶ୍ୱାଳ ଓ ଶ୍ରୀ ସୀତାରାମ ପଟ୍ଟନାୟକ ପ୍ରମୁଖ କରିଥିଲେ। ଏହି ଖେଳକୁଦରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନେ ଚଳିତ ମାସ ୧୩ ଓ ୧୪ ତାରିଖରେ ଉକ୍ତ ଖେଳ ପଡ଼ିଆରେ ହିଁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଯୋଗଦେବେ ବୋଲି ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜାନୀ ପ୍ରକାଶ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ରେ ” ଓଡିଶା A1 ନିୟୁଜ ” ଅଫିସ ରୁ ଚୋରି

Sunil Chandra Nayak

ରାଉରକେଲା – କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Sunil Chandra Nayak

ଡକ୍ଟର ଅଜିତ ବେହେରାଙ୍କୁ ଶିକ୍ଷା ଭାରତୀ ସମ୍ମାନ

Sunil Chandra Nayak

Leave a Comment

error: Content is protected !!