ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିସେମ୍ବର ୨୨ – ୨୮ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ

ଦଣ୍ଡପାଟ ଧନୁ ଯାତ୍ରା ପାଇଁ ଶୁଭ ଖମ୍ୱ ପଡିଲା 

ଧର୍ମଗଡ:୭/୧୨/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଠାରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ ହେଇଯାଇଛି। କରୋନା କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ଡିସେମ୍ବର ୨୨ ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ।ଏହି ମହୋତ୍ସବ ରେ ମିନାବଜାର ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହାରାଜା ଙ୍କର ଦରବାରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଅଞ୍ଚଳରେ ଜନପ୍ରତିନିଧି, ସରକାରୀ କର୍ମଚାରୀ ମାନେ ଯୋଗଦେଇଥାନ୍ତି ।ଚଳିତ ବର୍ଷ ଏହି ଧନୁଯାତ୍ରା ମହୋତ୍ସବ ପାଇଁ ସଭାପତି ଭବେଶ ଗଇଁନ୍ତା ଙ୍କ ତତ୍ତ୍ବାବଧାନ ରେ କର୍ତ୍ତା ଭାବେ ଭିକାରୀ ଚରଣ ଗୋପାଳ ସପତ୍ନୀ ସୁମନ ଗୋପାଳ ଯୋଗଦେଇ ଶୁଭ ଖମ୍ବ ସ୍ଥାପନ କରିଛନ୍ତି ।ସର୍ବପ୍ରଥମେ ଗ୍ରାମବାସୀ ଏବଂ ଧନୁଯାତ୍ରା କମିଟିର ସଦସ୍ୟ ମାନେ କର୍ତାଙ୍କ ଘରକୁ ଯାଇ ବାଜା ବାଣ ର ତାଳେ ତାଳେ କର୍ତାଙ୍କୁ ଧନୁଯାତ୍ରା ପଡିଆକୁ ପାଛୋଟି ନେଇଥିଲେ ।ସେଠାରେ ଗାଁର ମାଟି ପୁଝାରି ଙ୍କ ଉପସ୍ଥିତି ରେ ଧନୁଯାତ୍ରା କିପରି ସଫଳତାର ସହ ସମାପ୍ତ ହେବ ସେଥିପାଇଁ ପାରମ୍ପରିକ ପ୍ରକ୍ରିୟାରେ ଭୂମିପୂଜନ କରିଥିଲେ ଏବଂ ଶୁଭ ଖମ୍ବ ସ୍ଥାପନ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି,କମିଟ ର କୋଷାଧ୍ୟକ୍ଷ ଭବାନୀ ବାରିକ,ବାଳ ବିଶି,ଚନ୍ଦନ ବାଣୁଆ, ରାହାସ ନାଏକ,ଜିତ ସାହୁ,ଲଳିତ ବାଣୁଆ, ତ୍ରିଲୋକ ନାଥ ସିଂ,ତରେଶ ବିଶି,ଝାଜ ନାଏକ, ଖୀରସିନ୍ଧୁ ବାଗ,ପିକ ବିଶି,ହୁକମି ବିଶି,ଚନ୍ଦ୍ର ରଣା,ଅଭୟ ସିଂ ରାଜପୁତ ସମେତ ନାରୀସଂଘ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତାର ସହ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭବାନୀ ପାଟଣା ଠାରେ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ପାଳିତ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର -2022 ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ର କାର୍ଯ୍ୟସୂଚୀ

Sunil Chandra Nayak

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!