ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଅନାଥ ଝିଅଙ୍କୁ ଭେଟିଲେ ଶିଶୁ ମଙ୍ଗଳ ସମିତି ମେମ୍ବର ଓ ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତା

ଥୁଆମୂଳ ରାମପୁର:୧୫/୧୦ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସାନଦେରର୍ଲା ଗାଁର ଟଙ୍କଧର ଗୌଡ ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ସ୍ତ୍ରୀ ଦୁଇଛୁଆ ଦୀପନ୍ତୀ ଗୌଡ ଓ ପୁଷ୍ପାଞ୍ଜଳି ଗୌଡଙ୍କୁ ଆନାଥ କରି ଛାଡି ଯାଇଥିଲେ। ଏହି ଅନାଥ ଛୁଆଙ୍କର ଥଇଥାନ କରିବା ନେଇ ଅନ୍ତୋଦୟ ତରଫରୁ ଜିଲ୍ଲାପାଳ ଙ୍କୁ ଜଣେଇଥିଲେ। ଖବରପାଇ ଦୁଇଛୁଆଙ୍କୁ ଭେଟିବାପାଇଁ ଶିଶୁ ମଙ୍ଗଳ ସମିତି ମେମ୍ବର ଆଉ ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ଗାଁକୁ ଯାଇଥିଲେ। ତାଙ୍କର ପାଠପଢା ବ୍ଯବସ୍ଥା କରିଛନ୍ତି ଦୁଇ ଅନାଥ ଝିଅ ଏବେ ବିଷମଗିରୀ ଆଶ୍ରମ ରେ ପାଠପଢିବେ। ସେହିପରି ଡୁମେର ପଦର ଦୁଇ ଆନାଥ ଝିଅ ଅମ୍ବିକା ନାଏକ ଏବଂ ତେଜଶ୍ବିନୀଙ୍କୁ ମଧ୍ୟ ଶିଶୁ ମଙ୍ଗଳ ସମିତି ଜରିଆରେ ଭବାନୀପାଟଣା ଆଣାଯାଇଛି। ସେ ଦୁଇଜଣଙ୍କୁ ଶିଶୁ ମଙ୍ଗଳ ସମିତି ତରଫରୁ ଯେକୌଣସି ଅନାଥାଶ୍ରମ ଶିଶୁ ସୁରକ୍ଷା ଗୃହ ମଧ୍ୟରେ ଶିକ୍ଷା ବ୍ଯବସ୍ଥା କରାଯିବା ବିଷୟ ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶଙ୍ଖା ଓ ସିନ୍ଦୁର

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

Sunil Chandra Nayak

Leave a Comment

error: Content is protected !!