ସାଧବ ବୋହୂ
ଉପେନ୍ଦ୍ର କୁମାର ବସ୍ତିଆ
ସାଧବ ବୋହୁଲୋ ସାଧବ ବୋହୁ
ଟୁକୁଟୁକୁ ପାଦ ପକାଉ ଥାଉ
ଏତେ ଦିନଯାଏ କେଉଁଠି ଥାଉ
ପହିଲି ଆଶାଢ଼େ ମୁଁହ ଦେଖାଉ
ସାଧବ ବୋହୁଲୋ ସାଧବ ବୋହୁ ।
ନାଲି ପାଟ ପିନ୍ଧି ଚାଲୁଣ ଥାଉ
ଡାକିଲେ ପଛକୁ ଅନାଉ ନାହୁଁ
ନାଲି ଖଣ୍ଡୁଆ ତୁ ପାଇଲୁ କାହୁଁ
ପଣତକୁ ଢାଙ୍କି କଣେଇଁ ଚାହୁଁ
ସାଧବ ବୋହୁଲୋ ବୋହୁ ।
ବରଷା ପାଣିକୁ ମାନଉ ନାଂହୁ
ଧନ୍ୟ ସେ ବିନ୍ଧାଣୀ ଗଢ଼ିଲା କାହୁଁ
ଘାସ ଗାଲିଚାରେ ପାଦ ପକାଉ
ରୁଣୁଝୁଣୁ ଶବ୍ଦ ନ ହୁଏ ଆଉ
ସାଧବ ବୋହୁଲୋ ସାଧବ ବୋହୁ ।
ଶାଢ଼ୀ ଚୁଡ଼ି କେବେ ପିନ୍ଧଉ ନାହୁଁ
ଖାଲି ଗହଣାରେ ଶୋଭା ଦିଶଉ
ଫୁଲେଇ ହୋଇଣ ମୁଁହ ଲୁଚାଉ
ସୁନ୍ଦରତା ଭାବି କଥା ନ କହୁ
ସାଧବ ବୋହୁଲୋ ସାଧବ ବୋହୁ।
ସଭିଙ୍କ ମନରେ ଆନନ୍ଦ ଦେଉ
ରହିଯା ଟିକିଏ ଡାକୁଛି ଜହୁଁ
କଥା ନ କହିଲେ ପଳାଉ କାହୁଁ
ମନ ଭରି ଟିକେ ଦେଖିବି ଆଉ
ସାଧବ ବୋହୁଲୋ ସାଧବ ବୋହୁ।
କେଉଁଠୁ ଆସି ତୁ କୁଆଡେ ଯାଉ
ସଭିଙ୍କ ମନରେ ଆନନ୍ଦ ଦେଉ
ଦିଶଉ ସତେକି ସାଧବ ବୋହୁ
ସାଧବାଣୀ ବୋଲି ବୋଲାଉ ନାହୁଁ
ସାଧବ ବୋହୂଲୋ ସାଧବ ବୋହୁ।
ରାଉରକେଲା