ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ କବିତା ଜଣାଣ

        ଜଣାଣ

ଵନ୍ଧୁ ମୋ ବସିଛି ନୀଳ କନ୍ଦରରେ
      ମୁଖ ତାର ହସହସ
ତା ମୁଖ ଦର୍ଶନେ ଆନନ୍ଦ ମିଳେରେ
      ମନୁ ହଜେ ସବୁ ପ୍ରାସ ।
ତାହାର ନୟନେ ନୟନ ମିଶିଲେ
        ମାୟା ଵନ୍ଧନ ହୁଅଇ ନାଶ
ତାହାର ପ୍ରେମରେ ଚିତ୍ତ ହଜିଯାଏ
       ଭୁଲିଛି ସଂସାର ବାସ।
ତାହାର ତୁଳସୀ ଚନ୍ଦନ ମାଖିଲେ
      ଜୀଵନ ହୁଏ ସୁବାସ 
ତାହାର ଜଣାଣ ମୁଖେ ଗାଉ ଥିଲେ
    ହୃଦୟ ହୁଏ ଉଲ୍ଲାସ।।
ତାହା ପରି ଵନ୍ଧୁ ନାହିଁ କେ ସଂସାରେ
      ଶ୍ରୀକ୍ଷେତ୍ରରେ ତାର ବାସ
ତା ପରି ଵନ୍ଧୁ ପାଇଲେ ଜୀବନେ
     ସଦା ମୁଖେ ଥିବ ହସ ।

ସହଦେବ ପରିଡ଼ା

କୋଷାଗୁମୁଡା

Related posts

କଙ୍ଗ୍ରା ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ , ନିର୍ମାଣ ଦାବୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!