ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ

କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ

    ଅନ୍ନପୂର୍ଣ୍ଣା ସାହୁ

ସରତର ଅଗମାନେ ଧରଣୀ ହସିଲା 
ମୃଦୁ ମନ୍ଦ ପବନଟି ଦେହକୁ ସହିଲା(୧)
ମର୍ତ୍ତ୍ୟପୁର ମୁଖରିତ ଆଶ୍ଵିନ ଆଗମେ
ଦଶଭୁଜା ଦୁର୍ଗା ମା ଓହ୍ଲେଇବେ ଧାମେ(୨)
କାଶତାଣ୍ଡୀ ଫୁଲେ ଦିଶେ ସୁନ୍ଦର ଧରଣୀ
ତଟିନୀ ପିନ୍ଧିଛି ସତେ ଧବଳ ଓଢଣୀ(୩)
କୁଆଁରୀ ପାଳିବେ ସର୍ବେ କୁମାର ପୂର୍ଣ୍ଣିମା
ମନଲାଖି ବରପାଇଁ ପୂଜିବେ ଚନ୍ଦ୍ରମା(୪)
ଭୋଗ ଡାଲା ରେ ଆସିବ ଶୀତର ପସରା
ବରଷା ପ୍ରକୋପ ପୁଣି ସରିଯିବ ପରା(୫)
ସଜଡା ହେଲାଣି ପରା ମାଆର ମଣ୍ଡପ
ପୃଥିବୀରୁ ଦୂର ହେବ ସବୁତକ ପାପ(୬)
ଶତ୍ରୁ ସଂହାରିବେ ପୁଣି ସାଧୁ ଉଦ୍ଧରିବେ
ତୋର ନାମ ମହିତଳେ ସଦା ଭଜୁଥିବେ(୭)

        ଭୁବନପୁର, ବାଲିଅନ୍ତା

Related posts

ଜଳସମ୍ପଦ ବିଭାଗ ପକ୍ଷରୁ ଚାଷୀ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଆମପାଣି ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଉଦଘାଟନ କଲେ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!