ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ

କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ

    ଅନ୍ନପୂର୍ଣ୍ଣା ସାହୁ

ସରତର ଅଗମାନେ ଧରଣୀ ହସିଲା 
ମୃଦୁ ମନ୍ଦ ପବନଟି ଦେହକୁ ସହିଲା(୧)
ମର୍ତ୍ତ୍ୟପୁର ମୁଖରିତ ଆଶ୍ଵିନ ଆଗମେ
ଦଶଭୁଜା ଦୁର୍ଗା ମା ଓହ୍ଲେଇବେ ଧାମେ(୨)
କାଶତାଣ୍ଡୀ ଫୁଲେ ଦିଶେ ସୁନ୍ଦର ଧରଣୀ
ତଟିନୀ ପିନ୍ଧିଛି ସତେ ଧବଳ ଓଢଣୀ(୩)
କୁଆଁରୀ ପାଳିବେ ସର୍ବେ କୁମାର ପୂର୍ଣ୍ଣିମା
ମନଲାଖି ବରପାଇଁ ପୂଜିବେ ଚନ୍ଦ୍ରମା(୪)
ଭୋଗ ଡାଲା ରେ ଆସିବ ଶୀତର ପସରା
ବରଷା ପ୍ରକୋପ ପୁଣି ସରିଯିବ ପରା(୫)
ସଜଡା ହେଲାଣି ପରା ମାଆର ମଣ୍ଡପ
ପୃଥିବୀରୁ ଦୂର ହେବ ସବୁତକ ପାପ(୬)
ଶତ୍ରୁ ସଂହାରିବେ ପୁଣି ସାଧୁ ଉଦ୍ଧରିବେ
ତୋର ନାମ ମହିତଳେ ସଦା ଭଜୁଥିବେ(୭)

        ଭୁବନପୁର, ବାଲିଅନ୍ତା

Related posts

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ୨୦୨୨ ପାଳିତ

Sunil Chandra Nayak

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

Sunil Chandra Nayak

ଆଜି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ର ଭସାଣି ଉତ୍ସବ 

Sunil Chandra Nayak

Leave a Comment

error: Content is protected !!