ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାନକୀ ମହାନ୍ତ ଙ୍କ କବିତା ଭକ୍ତ -ଭଗବତୀ- ମହାମିଳନ

ଭକ୍ତ -ଭଗବତୀ- ମହାମିଳନ

ଜାନକୀ ମହାନ୍ତ

ମହ ମହ ମହ ମହକି ଉଠୁଛି
ଧୂପ ଅଗୁରୁ ଚନ୍ଦନ,
ଟହ ଟହ ଟହ ଅଖଣ୍ଡ ଦୀପଟି
ଜଳି କରେ ମା’ଆବାହନ ।।
 ଡ଼ମ ଡ଼ମ ଡ଼ମ ଡମ୍ବରୁ ବାଜୁଛି
ଗୌରୀ’ ହୁଏ ଆଗମନ,
ଢମ ଢମ ଢମ ଢୋଲ ଶଙ୍ଖ ନାଦେ
କମ୍ପେ ଗଗନ ପବନ।।
ଛମ ଛମ ଛମ ବାଜୁଛି ପାଉଁଜି
ମାଆଙ୍କ ପୟରେ ଜାଣ,
ରୁମ୍ ଝୁମ୍ ରୁମ୍ ଝୁମ୍ ଶୁଭୁଅଛି
ମାଆଙ୍କ ସ୍ୱର୍ଣ୍ଣ କଙ୍କଣ।।
ଝମ ଝମ ଝମ ସିଂହର ହୁଙ୍କାରେ
ଥରୁଛି ମେଦିନୀ ବନ,
ଛନ ଛନ ଛନ ନାଚେ ଗାଏ ମନ
ମାଆଙ୍କୁ କରି ଦର୍ଶନ।।
ଆନନ୍ଦ ବିଭୋରେ ଉଲ୍ଲାସ ପ୍ରାଣରେ
ହୁଏ ଭକ୍ତ-ଭଗବତୀ ମହାମିଳନ,
ହୁଏ ଭକ୍ତ- ଭଗବତୀ ମହାମିଳନ,
ପ୍ରଣିପାତ ମୋର ଘେନ….
ମା’ଗୋ ପ୍ରଣିପାତ ମୋର ଘେନ ।।

ରାଜ୍ୟ ଉପ-ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ

ଭୁବନେଶ୍ୱର ଓଡ଼ିଶା

ବେଙ୍ଗାଲୁରୁ

Related posts

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

ମମତା ଶତପଥୀ ଙ୍କ କବିତା ସ୍ପର୍ଶ

ଧାମରା ସଂଘ ତରଫରୁ ” ବର୍ଷାର ନୀଳ ନୂପୁର” ଉନ୍ମୋଚନ ଓ ଶୀତ କବିତା ଆସର

Sunil Chandra Nayak

Leave a Comment

error: Content is protected !!