ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ
ଜୟ ମାଆ ବିଷ୍ଣୁ ଘରଣୀ 
କୋଟି ପ୍ରଣିପାତ ସଦା ମଥାନତ
ରକ୍ଷା କର ନାରାୟଣୀ…..(0)
ବରୁଣ ନନ୍ଦିନୀ ଜଗତ ଜନନୀ
ଜୟ ଜୟ ପଡ଼ିଦାତ୍ରୀ
କୀଟ ଠାରୁ ବ୍ରହ୍ମ ସବୁକୁ ସକ୍ଷମ 
କରି ଥାଉ ମାତା କ୍ଷିତି 
ତୋ ଆଶିଷ ବଳେ ଏ ମହୀ ମଣ୍ଡଳେ
ସୌଭାଗ୍ୟ ଲଭନ୍ତି ପୁଣି….(୧) 
ଦୟା ରଖିଥିବୁ କରୁଣା ଢ଼ାଳିବୁ
ସ୍ଥିର ରହି ମୋର ଘରେ
ସକଳ ଧନକୁ ତୁହି ଯାଚି ଦେବୁ
ରଖିଥିବୁ ସଦାଚାରେ
ତୋର ପାଦେ ଲୟ ରଖିବୁ ଅକ୍ଷୟ
ସୁଖ ଶାନ୍ତି ପ୍ରଦାୟିନୀ ….(୨)
ମାଗୋ ହରି ପ୍ରିୟା କରିଥିବୁ ଦୟା
ଯେତେ ଦିନ ବଞ୍ଚିଥିବି
ତୋର ଚରଣର ମଥା ଓ ଅନ୍ତର
ରଖି ତୋତେ ପୂଜୁଥିବି
ସୁଖ ଶାନ୍ତି ପ୍ରୀତି ଢାଳି ନିତି ନିତି
ସାହା ହୋଇବୁ ଜନନୀ….(୩)

ଫୁଲବାଣୀ, କନ୍ଧମାଳ

Related posts

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

Sunil Chandra Nayak

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

Sunil Chandra Nayak

ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!