ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଘଟଣା:ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ !

ତେନ୍ତୁଳିଖୁଣ୍ଟି ୨୨/୦୭/୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ ର ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ହଡ଼ପ ଘଟଣା ର ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ। 1504 ହିତାଧିକାରୀ ମଇ ଜୁନ ଓ ଜୁଲାଇ ମାସର ମାଗଣା ଚାଉଳ ପାଇ ନଥିବା ବିଷୟ କୁ ତଦନ୍ତ କରିବାକୁ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ନିଜର ପ୍ରାୟତଃ 37 ଜଣ କର୍ମଚାରୀ ତଥା ଅଧିକାରୀ ଙ୍କୁ ଘର କୁ ଘର ଯାଇ ତଦନ୍ତ କରିବାକୁ ଲଗାଇ ଦେଇଥିଲେ। କିନ୍ତୁ ପଂଚାୟତ ର ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମରେ ଲାଇସେନ୍ସ ରହିଥାଏ। ସେ ହିଁ ଚାଉଳ ପାଇଁ ଡିମ।ଣ୍ଡ ଡ୍ର।ଫ୍ଟ କରିଥାନ୍ତି।ଚାଉଳ ପଂଚାୟତ ଗୋଦାମ କୁ ଆସିଲେ ତାଙ୍କ ଦସ୍ତଖତ ଓ ସିଲ ପକାଇ ଗ୍ରହଣ କରିବା କଥା। ପି ଇ ଓ ଗ୍ରହଣ କରିଥିବା ଚାଉଳ ଯୋଗାଣ ସହାୟକ ବଣ୍ଟନ କରିଥାନ୍ତି। ମାଗଣା ଚାଉଳ କ୍ଷେତ୍ର ରେ ଡି ଡି କରିବାର ଆବଶ୍ୟକତା ନଥାଏ । ଏଫ ସି ଆଇ ଗୋଦାମ ହେଉ କି ବିଆର ହାଉସ ଗୋଦାମ ରୁ ଚାଉଳ ସିଧା ପଞ୍ଚାୟତ ଆସିଥାଏ। ପି ଇ ଓ ତଥା ଯୋଗାଣ ସହାୟକ ଙ୍କ ମଧ୍ୟରେ ବୁଝାମଣା ଯୋଗୁଁ ବିନା ପି ଇ ଓ ଙ୍କ ଜାଣତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଚାଲିଛି। କିନ୍ତୁ ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ରେ କଣ ବୁଝାମଣା ର ଅଭାବ ନା ଆଉ କିଛି? ପି ଇ ଓ ହରେକୃଷ୍ଣ ବିଶୋଇ କାମତା ଫାଣ୍ଡି ରେ ଚାଉଳ ଗାଏବ ସମର୍କିତ ଅଭିଯୋଗ ଦେଲେ ଦୁଇ ଜୁଲାଇ ରେ। ଆଜି 21 ତାରିଖ ହେଲାଣି 863 କ୍ୱିଣ୍ଟାଲ ଚାଉଳ କୁଆଡେ ଗଲା? କିଏ କେଉଁଠି କୁ ନେଲା କଣ ତଦନ୍ତ କରି ପାରୁନି। ଗୋଟିଏ ବସ୍ତା ସାଧାରଣ ବଣ୍ଟନ ବ୍ୟବସ୍ଥା ର ଚାଉଳ ମିଲ ରେ ବିକିଲେ କିଏ ବିକିଲା ଜଣା ପଡୁଛି। ଏପରିକି ଅତୀତ ରେ ମିଲର କୁ ପୋଲିସ ସାଧାରଣ ବଣ୍ଟନ ଚାଉଳ ବସ୍ତା ଜବତ କରି ଗିରଫ କରିଛି। ଏତେ ଦିନ ବିତିଗଲା ତଦନ୍ତ 863 କ୍ୱିଣ୍ଟାଲ ଚାଉଳ ପାଖରେ ପଂହଁଚିନି, ଯେଉଁଠି କୁ ଚାଉଳ ଯାଇଥିବ ତାକୁ ଚାଉଳ ବସ୍ତା ପରିବର୍ତ୍ତନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳୁଛି। ବର୍ତ୍ତମାନ ପି ଇ ଓ ହରେକୃଷ୍ଣ ବିଶୋଇ ଙ୍କୁ ନିଲମ୍ବନ କରି ପ୍ରଶାସନ ତଦନ୍ତ କୁ ଆଖି ଠାର ଭଳି। ହିତାଧିକାରୀ ଙ୍କୁ ଚାଉଳ ନୂତନ ନିର୍ବାହୀ ଅଧିକାରୀ ଙ୍କ ମାରଫତ ରେ ନୂଆରେ ଚାଉଳ ଦିଅ ଯାଇ 1504 ହିତାଧିକାରୀ ଙ୍କୁ ମାଗଣା ଚାଉଳ ୩ମାସର ଓ ଜୁଲାଇ ମାସ ର ଚାଉଳ ଦିଆଯିବ। ଯଦି ପି ଇ ଓ ନିଜେ ଚାଉଳ ହଡ଼ପ କରିଛନ୍ତି ସେ ନିଜେ ତ ଗାଡି ରେ ଲଦି କୌଣସି ସ୍ଥାନକୁ ନେଇ ବିକି ନଥିବେ ନିର୍ଦିଷ୍ଟ ଭାବେ ଗୋଟିଏ ଦୁଇଟି ଗାଡି ବ୍ୟବହାର ହୋଇଥିବ,ଶ୍ରମିକ ବ୍ୟବହାର ହୋଇଥିବ ନିର୍ଦିଷ୍ଟ ଭାବେ କୌଣସି ରାସ୍ତା ଦେଇ ସାଧାରଣ ବଣ୍ଟନ ବ୍ୟବସ୍ଥା ର ପ୍ୟାକିଙ୍ଗ ସିଲ ଥିବା ଚାଉଳ ବୋଝେଇ ଗାଡି ଯାଇଥିବ ଏସବୁ ଦିଗରେ ତଦନ୍ତ ହୋଇଛି କି ? 863 କ୍ୱିଣ୍ଟାଲ ଚାଉଳ ର ପ୍ରକୃତ ମୂଲ୍ୟ ନିଲମ୍ବିତ ବ ପି ଇ ଓ ଙ୍କ ଠାରୁ କିପରି ଓ କେବେ ଆଦାୟ ହେବ ? ତିନି ମସର ଚାଉଳ ଯଦି ପଂଚୟତ ରେ ପଂହଁଚିନି ଯୋଗାଣ ସହାୟକ କାହିଁକି ଉପରିସ୍ତ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଏକ ମାସ ପର୍ଯ୍ୟନ୍ତ ଦେଇ ନଥିଲେ? ଅନେକ ଅସମାହିତ ପ୍ରଶ୍ନ ଅମ୍ଳ ଭଟ୍ଟା ଚାଉଳ ହଡ଼ପ ଘଟଣା ସୃଷ୍ଟି କରୁଛି। କିଏ କାହାକୁ କାହିଁକି ସୁରକ୍ଷା ଦେଉଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କୁ ଫୁ କରି। ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ହିଁ ନିଜେ ପ୍ରଥମେ ପଂଚାୟତ ଗୋଦାମ ଯାଞ୍ଚ କରି କେଵଳ 196 କ୍ୱିଣ୍ଟାଲ ଚାଉଳ ରହିଥିବା ଓ 863 କ୍ୱିଣ୍ଟାଲ ଚାଉଳ ଗାଏବ ଘଟଣା ଲୋକଲୋଚନ କୁ ଆଣିଲେ। ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ସ୍ୱର ଏ ଯାଏ ସୁଭିନି କେବଳ ବିଧାନସଭା ରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କ ସ୍ୱର ବ୍ୟତୀତ। ପ୍ରଶ୍ନରେ ଚାଉଳ ଗାଏବ ଘଟଣା।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା କେଁ କିଛୁ

Sunil Chandra Nayak

Leave a Comment

error: Content is protected !!