ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା

ନର୍ଲା(ମନିସ) କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଇତି ମଧ୍ୟରେ ଏକ ବଡ଼ ଧରଣର ପଦକ୍ଷେପ ନେଇ ପଂଚାୟତର ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ୟ ବ୍ଳକକୁ ବଦଳି ଆଦେଶ କରିଛନ୍ତି। ବିଭିନ୍ନ ବ୍ଳକରେ ଦୀର୍ଘ ଦିନରୁ ଆସ୍ଥାନ ଜମେଇ ଥିବା ୧୪୧ ଜଣ ପିଇଓଙ୍କୁ ବଦଳି ଆଦେଶ ପରେ ନର୍ଲା ବ୍ଳକର ୧୧ଜଣ ପଞ୍ଚାୟତ ଅଧିକାରୀଙ୍କୁ ଅନ୍ୟ ବ୍ଳକକୁ ବଦଳି ହୋଇଛି। ଏହି ୧୧ଜଣ ପିଇଓଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମଟିକୁ ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ। ବ୍ଳକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ପିଇଓଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ବ୍ଳକର ମୁଖ୍ୟ କିରାଣୀ ଦିଗାମ୍ବର ପଧାନ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଏବିଡିଓ ଦେବେନ୍ଦ୍ର କୁମାର ସାମଲ, ସମସ୍ତ ଜିଆରଏସ, ଯୋଗାଣ ସହାୟକ ଓ ବ୍ଳକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

 

Related posts

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ଓଲଟିଲା ବରଯାତ୍ରୀ ବୋଲେରୋ, ୬ ରୁ ଉର୍ଦ୍ଧ୍ବ ଆହତ

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!