ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା

ନର୍ଲା(ମନିସ) କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଇତି ମଧ୍ୟରେ ଏକ ବଡ଼ ଧରଣର ପଦକ୍ଷେପ ନେଇ ପଂଚାୟତର ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ୟ ବ୍ଳକକୁ ବଦଳି ଆଦେଶ କରିଛନ୍ତି। ବିଭିନ୍ନ ବ୍ଳକରେ ଦୀର୍ଘ ଦିନରୁ ଆସ୍ଥାନ ଜମେଇ ଥିବା ୧୪୧ ଜଣ ପିଇଓଙ୍କୁ ବଦଳି ଆଦେଶ ପରେ ନର୍ଲା ବ୍ଳକର ୧୧ଜଣ ପଞ୍ଚାୟତ ଅଧିକାରୀଙ୍କୁ ଅନ୍ୟ ବ୍ଳକକୁ ବଦଳି ହୋଇଛି। ଏହି ୧୧ଜଣ ପିଇଓଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମଟିକୁ ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ। ବ୍ଳକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ପିଇଓଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ବ୍ଳକର ମୁଖ୍ୟ କିରାଣୀ ଦିଗାମ୍ବର ପଧାନ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଏବିଡିଓ ଦେବେନ୍ଦ୍ର କୁମାର ସାମଲ, ସମସ୍ତ ଜିଆରଏସ, ଯୋଗାଣ ସହାୟକ ଓ ବ୍ଳକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

 

Related posts

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

Sunil Chandra Nayak

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

Sunil Chandra Nayak

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!