ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ବିଭାଗ ପକ୍ଷରୁ କେଲାପଡା ସରଂକ୍ଷିତ ଜଙ୍ଗଲ ରେ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

 ୧୦ ହେକ୍ଟର ଜାଗାରେ ଲାଗିବ ୪୦୦୦ ବାଉଁଶ ଚାରା

 ଫୁଲବାଣୀ -:  ବାଉଁଶ ଏକ ଦରକାରୀ ଗଛ । ବାଉଁଶ ମଣିଷର ନିତିଦିନ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲାଗିଥାଏ। ବାଉଁଶ ଘର କରିବା, ବାଡ ତିଆରି କରିବା ସହ କୁଲା,ଭୁଗା,ଡଲା, ଚାଙ୍ଗୁଡ଼ି ବିଭିନ୍ନ ଘର ଉପକରଣ ତିଆରି ହୋଇଥାଏ। ବାଉଁଶ ରେ କାଗଜ ତିଆରି ହୋଇଥାଏ ସେହି କାଗଜରେ ପିଲା ଙ୍କର ବହି,ଖାତା ,ଅଫିସ ରେଜିଷ୍ଟ୍ରର ତିଆରି ହେଉଥିବା ବେଳେ ଖବର କାଗଜ ତିଆରି ହୋଇଥାଏ । ମଣିଷ ବାଉଁଶ ରେ ଘର ବିଭିନ୍ନ ସୌଖିନ ଜିନିଷ ତିଆରି କରି ଆର୍ଥିକ ସମସ୍ୟା ଦୂର କରିଥାଏ। ଏହି ମହତ ଉଦେଶ୍ୟ କୁ ନେଇ ଗତକାଲି କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ବନାଞ୍ଚଳ ଅନ୍ତର୍ଗତ କେଲାପଡା ସରଂକ୍ଷିତ ଜଙ୍ଗଲ ରେ ବନ ବିଭାଗ ପକ୍ଷରୁ ୧୦ ହେକ୍ଟର ଜାଗା ରେ ୪ ହଜାର ବାଉଁଶ ଚାରା ରୋପଣ କରିବା ପାଇଁ ଯୋଜନା ଥିବା ବେଳେ ପ୍ରଥମ ଦିନରେ ୫୦୦ ବାଉଁଶ ଚାରା ରୋପଣ କରାଯାଇଥିଲା। ଉକ୍ତ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ଵ ରଞ୍ଜନ ପଣ୍ଡା,ଅନ୍ୟତମ ଅତିଥି ଭାବେ ଏସି ଏଫ ମଳୟ ରଞ୍ଜନ କାଲୋ,ଫିରିଙ୍ଗିଆ ରେଞ୍ଜ ଅଧିକାରୀ ବିଜୟ କୁମାର ମଲ୍ଲିକ, ଙ୍କ ସହ ସୁଡୁରୁକୁମ୍ପା,ଫୁଲବାଣୀ, ଟିକାବାଲି, କୋରଡ଼ା,ଜି. ଉଦୟଗିରି ରେଞ୍ଜ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବାଉଁଶ ଚାରା ରୋପଣ କରିଥିଲେ । ମୁଖ୍ୟ ଅତିଥି ଜଙ୍ଗଲରେ ଆଜି ବାଉଁଶ ବିଲୁପ୍ତ ହୋଇଗଲାଣି ବନ୍ୟଜନ୍ତୁ ହାତୀ ମାନେ ବାଉଁଶ ଖାଇ ବଞ୍ଚୁଥିଲେ। ମଣିଷ ଘର ତିଆରି ରେ ବାଉଁଶ ର ବ୍ୟବହାର କରିବା ଠାରୁ ଆରମ୍ଭ କରି ବାଉଁଶ ରେ ଉପକରଣ ତିଆରି କରି ଆର୍ଥିକ ସମସ୍ୟା ଦୂର କରିଥାଏ। ବନ୍ୟଜନ୍ତୁ ଙ୍କର ଏବଂ ମଣିଷର ଚାହିଦା ପୁରଣ ପାଇଁ ଏବଂ ମୃତ୍ତିକା କ୍ଷୟ ନହେବା ପାଇଁ ବାଉଁଶ ଜଙ୍ଗଲ ର ପୁନଃ ଉଦ୍ଧାର କରିବା ନିମନ୍ତେ ବ୍ୟାପକ ବାଉଁଶ ଲଗାଇବା ର ଆବଶ୍ୟକ ରହିଛି ବୋଲି କହିଥିବା ବେଳେ ପ୍ରତ୍ୟେକ ସଂରକ୍ଷିତ ଜଙ୍ଗଲ ରେ ବାଉଁଶ ଚାରା ରୋପଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଉକ୍ତ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ବନ୍ଧଗଡ଼ ବନପାଳ ସରୋଜ ମିଶ୍ର ଙ୍କ ଉଦ୍ୟମ ରେ ହୋଇଥିବା ବେଳେ ବନରକ୍ଷୀ ସଂଗ୍ରାମ କେଶରୀ ଦିଗାଲ, ଉନ୍ନୟନ ଅଧିକାରୀ ଅମୂଲ୍ୟ ପ୍ରଧାନ, ପ୍ଲାଣ୍ଟେସନ ୱାଚର ସଞ୍ଜୟ ନାୟକ, ସୀମାଞ୍ଚଳ ମାଝୀ, ରମଣୀ କଁହର, ନରୋତ୍ତମ କଁହର, ସାମନ୍ତ କଁହର, ପାରା ଷ୍ଟାଫ ସୁନିଲ କଁହର, ହେମନ୍ତ କଁହର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ବନ୍ଧଗଡ଼ ଠାରେ ବନପାଳ ସରୋଜ ମିଶ୍ର ଙ୍କର ତ୍ୱତ୍ବାବଧାନରେ କରାଯାଇଥିବା ଏହି ଅତି ସୁନ୍ଦର ଆକର୍ଷଣୀୟ ମନଲୋଭା ବିରାଟ ନର୍ସରି ବୁଲି ଦେଖି ଭୟସୀ ପ୍ରଶଂସା କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ନବ ନିର୍ବାଚିତ ସରପଞ୍ଚଙ୍କ ଶୋଭାଯାତ୍ରା

Sunil Chandra Nayak

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

Sunil Chandra Nayak

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

Sunil Chandra Nayak

Leave a Comment

error: Content is protected !!