ତୁମେ ଥରେ
ତୁମେ ଥରେ
ଟିକିଏ ହସି ଦିଅନା
ହିମାଳୟର ବରଫରୁ ବି
ମୁଁ ତରଳି ଯାଇ
ନଦୀ ହୋଇ ବହିଯିବି
ତୁମ ହୃଦୟର ବିଶାଳ
ସାଗରରେ ମିଶିଯିବା ପାଇଁ ..।।
ତୁମେ ଥରେ
ଟିକିଏ ହସି ଦିଅନା
ହୃଦୟରୁ କାଢିଦେଇ
ସବୁ କୋହ, ସବୁ ଦୁଃଖ
ସଜାଇ ଦେବି
ଗୋଟିଏ ପ୍ରୀତି ସିଂହାସନ
କେବଳ ତୁମର
ବସିବା ପାଇଁ ..।।
ତୁମେ ଥରେ
ଟିକିଏ ହସି ଦିଅନା
ମୋ ମନ ଆକାଶରେ
ଭାସିବ ବାଦଲ
ଝରିବ ବର୍ଷା
ଇନ୍ଦ୍ରଧନୁର ରଙ୍ଗରେ
ରଙ୍ଗାୟିତ ହେବ
ମୋ ସମଗ୍ର ଶରୀର ।।
ସସ୍ମିତେଶ ସାହୁ
ଶଙ୍ଖଚିଲା,ଯାଜପୁର