ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ବେଳେ ତଳେ ପଡି ବୃଦ୍ଧ ଗୁରୁତର 

ଥୁଆମୂଳ ରାମପୁର:୨୨/୧୦/ :- ବୃଦ୍ଧ ଜଣକ ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ସମୟରେ ତଳେପଡି ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର – କାଶୀପୁର ମୂଖ୍ୟ ରାସ୍ତାରେ ଥିବା କୁକୁଡ଼ା ଫାର୍ମ ନିକଟରେ। ବୃଦ୍ଧ ଜଣକ ହେଲେ ତଳଝାପି ଗ୍ରାମପଞ୍ଚାୟତ ଅଧିନରେ ଥିବା ନିକେଶଜୋର ଗ୍ରାମର ହାଜଗା ମାଝୀ (୫୭) ବୋଲି ଜଣାପଡିଛି। ସେ କୁକୁଡ଼ା କିଣିବା ପାଇଁ କୁକୁଡ଼ା ଫାର୍ମ କୁ ଚାଲିଚାଲି ଯାଉଥିଲେ। ଏହି ସମୟରେ ଗୋଟିଏ ପିକ୍ଅଫ୍ ଭ୍ଯାନଟି ଯିବା ଦେଖି ହାତ ମାରି ଭ୍ଯାନକୁ ଅଟକାଇଥିଲେ, ଗାଡିଟି ଅଟକିଗଲା ପରେ ବୃଦ୍ଧ ଜଣକ ପିକ୍ଅଫ୍ ଭ୍ଯାନରେ ଚଢିଥିଲେ। କୁକୁଡ଼ା ଫାର୍ମରେ ଗାଡିଟି ପହଞ୍ଚି ଯାଇଥିଲା ସେଠାରେ ଓହ୍ଲେଇବା ସମୟରେ ଦୁଃଭାଗ୍ଯ ବଶତଃ ଗୋଡ ଖସିଯିବାରୁ ତଳେ ପଡି ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ବିଷୟରେ ଖବର ପାଇ ଥୁଆମୂଳ ରାମପୁର ସ୍ଥାନୀୟ ଅଗ୍ନିଶମ ବିଭାଗ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଆହତ ବୃଦ୍ଧ ଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡିରେ ହିଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସେଠାରେ ଚିକିତ୍ସା ନିମସ୍ତେ ଭର୍ତ୍ତି କରାଯାଇଥିଲା। ବୃଦ୍ଧଙ୍କ ଦେହବସ୍ଥାରେ ଉନ୍ନତି ଆସିଥିବା ଜଣାଯାଏ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

Related posts

ଶିକ୍ଷା ପ୍ରେରକ ସଂଘର ବୈଠକ

Sunil Chandra Nayak

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

Sunil Chandra Nayak

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

Sunil Chandra Nayak

Leave a Comment

error: Content is protected !!