ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି-୨୨/୧୦/୨୨-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ରେ ଆଜି ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି କାର୍ଯ୍ୟକ୍ରମରେ ମୂୁଖ୍ୟ ଅତିଥି ଭାବେ ମାନ୍ୟବର ଏମ ପି ରମେଶ ମାଝୀ, ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ବିଜେଡି ଉପରେ ଆସ୍ଥା ପ୍ରକଟ କରି ବିଜେଡି ଯୋଗ ଦେଉଥିବା ତାଙ୍କ ସମର୍ଥକ ଏବଂ ଅନ୍ୟ ଲୋକେ ଯେଉଁମାନେ ବିଜେଡିକୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରି ବିଜେଡିର ଯୋଗଦେଲେ ସେମାନଙ୍କୁ ସ୍ୱାଗତ କରିଥିଲେ । ୨୨ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନରେ ଲୋକେ ଆସ୍ଥା ପ୍ରକଟ କରି ବିଜେଡି କୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ବିଜେଡି କର୍ମୀ ମାନେ । ବିଜେପି ଏବଂ କଂଗ୍ରେସରୁ ଅସନ୍ତୁଷ୍ଟ କର୍ମୀ ଧୀରେ ଧୀରେ ବିଜେଡିରେ ଯୋଗଦେଉଥିବାରୁ ଆଗାମୀ ନିର୍ବାଚନରେ ଏହାର ଏକ ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଆଜି ଏହି ମିଶ୍ରଣ ପର୍ବରେ ପ୍ରାୟ ୨୦୦ ବିଭିନ୍ନ ଦଳର ଅସନ୍ତୁଷ୍ଟ କର୍ମୀ ବିଜେଡି ସହ ଜଡିତ ହୋଇଛନ୍ତି ।ଏହି ସଭାରେ ଏମ ପି ରମେଶ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନା କେନ୍ଦ୍ର ସରକାର ନକଲ କରୁଛନ୍ତି ବୋଲି କହିଥିଲେ ଏବଂ ବିଧାୟକ ସଦାଶିବ ପ୍ରାଧାନୀ ପୂର୍ବର ସରକାର କୌଣସି ସୁବିଧା ଯୋଗେଇ ଦେଉନଥିଲେ କିନ୍ତୁ ନବୀନ ସରକାର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସୁବିଧା ସମସ୍ତଙ୍କୁ ଯୋଗେଇ ଦେଉଛନ୍ତି ବୋଲି ଦାବୀ କରିଥିଲେ।।ଏହି କାର୍ଯ୍ୟକ୍ରମ ରେ କାମତା ସରପଞ୍ଚ ବତୀ ଯାନୀ ଓ କଣ୍ଟାଗାଁ ସରପଞ୍ଚ ଭୁବେନେଶ୍ୱରୀ ନାୟକ ଙ୍କ ତତ୍ତ୍ଵାବଧାନରେ ବିଜୁ ଜନତା ଦଳର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଜନସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ତେନ୍ତୁଳିଖୁଣ୍ଟି ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା,ତେନ୍ତୁଳିଖୁଣ୍ଟି ଜୋନ ୧ ଜିଲ୍ଲା ପରିଷଦ କୃଷ୍ନାମଞ୍ଜରୀ ବିଶୋଇ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତନୟ ସାଗର ନାୟକ ,ଜିଲ୍ଲା ସମ୍ପାଦକ ସୁଧୀର ଖୁରା, ପୂର୍ବତନ ବ୍ଲକ ସଭାପତି ମୃତ୍ୟୁଞ୍ଜୟ ସିଂ, ଯୁବ ନେତା ବାବୁନି ନାୟକ, ଯୁବ ସଭାପତି ସୁରେଶ ନାୟକ,ଝରିଗୁମା ସରପଞ୍ଚ ମଦନମୋହନ ଦଳପତି ପାତ୍ରପୁଟ ସରପଞ୍ଚ ଶିବାନନ୍ଦ ପ୍ରାଧାନୀଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ।ପଦଯାତ୍ରା ଓ ମିଶ୍ରଣ ପର୍ବ ଜନସମ୍ପର୍କ ଯାତ୍ରା ହେଉ କିନ୍ତୁ କଣ୍ଟାଗାଁ ଗ୍ରାମ ପଞ୍ଚାୟତ ଯୋଗା ଯୋଗରେ ସବୁଠୁ ଅବହେଳିତ ମାନନୀୟ ସାଂସଦ ଓ ବିଧାୟକ ମହାଶୟ ଏ ପଞ୍ଚାୟତର ପାନିଆଚାଚୁପଦର, ବାହ୍ମଣବସା, ଗଣ୍ତିଗୁଡା, ହାଣ୍ଡିଗୁଡା, ଘୁମୁରଦୋରା, ଟିକିରିଆଗୁଡା, ମୁଣ୍ଡ୍ରାଗୁଡା, ବରିପଦର, ପାଟିଆପଖନା, ତରାପାଣି ଆଦିବାସୀ ଗ୍ରାମ ଗୁଡିକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି କିଛି ବରିଷ୍ଠ ନାଗରିକ ମତ ରଖିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

Sunil Chandra Nayak

ନିର୍ଦ୍ଵନ୍ଦରେ ଉପ ସଭପତି ନିର୍ବାଚିତ ହେଲେ ପଦ୍ମିନୀ ନାଗ

Sunil Chandra Nayak

ମମତା ସାହୁ ଙ୍କ କବିତା ରଜ ପରବ

Sunil Chandra Nayak

Leave a Comment

error: Content is protected !!