ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବିଷୁବ ସଂକ୍ରାନ୍ତି@ନବବର୍ଷ

ବିଷୁବ ସଂକ୍ରାନ୍ତି@ନବବର୍ଷ

ଉପେନ୍ଦ୍ର କୁମାର ବସ୍ତିଆ

 

ଆସ ତୁମେ ଓଡ଼ିଆ ନୂଆବର୍ଷ 

    ବିଷୁବ ସଂକ୍ରାନ୍ତି 

ତୁମ ପାଇଁ ସଜାଡି ରଖିଛି 

     ଅଭିନନ୍ଦନର ପ୍ରୀତି 

ବର୍ଷଟିଏ ବିତିଗଲା ଯଥାରୀତି 

     ଦୁଃଖ ସୁଖ ଭୟ ଭିତ୍ତି …..

 

କାହା ପାଇଁ ଫୁଲ ହେଲ 

       କାଭାଗ୍ୟେ ପଥର 

କିଏ ମତୁଆଲ କିଏ ଦୁଷ୍କର  

 ମହକରେ କାର ପୁରିଲା ଘର 

   ଦିନ ଯାଇ ଚିହ୍ନ ରହିଗଲା 

  ବର୍ଷଟିଏ ଆଜି ପୁରା ହେଲା 

      ସୁଖ ଆଶା ବହିଲା 

     ଆସ ଆସ ନବବର୍ଷ  

   ଅଭିନନ୍ଦନ ମୋ ରହିଲା …..

 

କିଛି ହସ କିଛି ଲୁହ ଦୁଃଖ ଆଉ ସୁଖ 

        ଆଉ କିଛି ଆୟୂଷ

 ଜୀବନର ବେଳାଭୂମି ପରେ  

     ଅବଶିଷ୍ଟ ଅବଶୋଷ 

     ଘେନ ଏଇ ଅନୁରୋଧ 

କାହାରି ମୁହଁରେ ନଦିଅ ଦୁଃଖ 

           ନଲିଭୁ ହସ 

ଆସ ତୁମେ ଓଡ଼ିଆ ନୂଆବର୍ଷ 

        ସଂକ୍ରାନ୍ତି ବିଷୁବ 

ସର୍ବକାର୍ଯ୍ୟେ ଭରିଦିଅ ଶିହରଣ 

        ହେଉ ସର୍ବ ଶୁଭ ……

ରାଉଲକେଲା

Related posts

ମାଟ୍ରିକ ପରୀକ୍ଷା: ରୁପ୍ରାରୋଡ ହାଇସ୍କୁଲରୁ ଜଣେ ଏ-୧ ଛାତ୍ରୀ

କାର୍ଲି ଗ୍ରାମରେ ୧୩୧ତମ ଆମ୍ବେଦକର ଜନ୍ମ ଜୟନ୍ତୀପାଳନ

Sunil Chandra Nayak

ନୂତନ ସିଡ଼ିପିଓ ଯୋଗ ଦେଲେ

Sunil Chandra Nayak

Leave a Comment

error: Content is protected !!