ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଅଧା ଗଢା ଦିଅଁ

ସକାଳର ଜଣାଣ

ଅଧା ଗଢା ଦିଅଁ

ବିଜୟ କୁମାର ଜେନା
ଅଧା ଗଢା ଦିଅଁ କେଡେ ସୁନ୍ଦର ହୋ
        କୋଟି ମନ ନିଏ କିଣି
ଯେତେ ଦେଖୁଥିଲେ ପାଖରୁ ତାହାର
      ଆଖି ନେଉଥାଏ ଟାଣି।
ମନ କଥା ଖୋଲି କହିଦେଲେ ସିଏ
      ହୋଇଥାନ୍ତି ଆପଣାର
ଅନେକ ଜନ୍ମର ପାପ ହଟିଯାଏ
      ବନ୍ଧନ ଯେ ହୁଏ ଦୂର।
ଗରୁଡ଼ ସ୍ତମ୍ଭକୁ କୁଣ୍ଢାଇ ପକାଇ
     ଦି ଟୋପା ଲୋତକ ଢାଳି
ଜଗା ଆଖି ସହ ଆଖିକୁ ମିଶାଇ
    ଥରେ କୁହ ବନମାଳୀ ।
ସଂସାର ଲାଗିଲା ମୋ କଥା ବୁଝିବୁ
     ତୋ ପଦେ ଗଲି ଶରଣ
ଯେତେ କାଳ ମୋତେ ବଞ୍ଚାଇ ରଖିବୁ
      ଗାଉଥିବି ତୋର ନାମ।
ଅନୁଭବେ ତୋତେ ନିତି ମୁଁ ଆଣୁଛି
      ସପନରେ ଜାଗରଣେ
ତୋ ଲାଗି ବଞ୍ଚିଛି ସତରେ କାଳିଆ
     ପାଶୋରି ଯିବୁନି କେଣେ।

ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ଜୟ କୁମାର ମିଶ୍ର ଙ୍କ କବିତା ସବୁଠୁ ବଳ, ମୋ ମା’ର କୋଳ 

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

ଲୋକାର୍ପିତ ହେଲା ଲାଞ୍ଜିଗଡ଼ ବ୍ଲକର ୯ଗୋଟି ୫-ଟି ରୁପାନ୍ତରିତ ସ୍କୁଲ   

Leave a Comment

error: Content is protected !!