ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଅଧା ଗଢା ଦିଅଁ

ସକାଳର ଜଣାଣ

ଅଧା ଗଢା ଦିଅଁ

ବିଜୟ କୁମାର ଜେନା
ଅଧା ଗଢା ଦିଅଁ କେଡେ ସୁନ୍ଦର ହୋ
        କୋଟି ମନ ନିଏ କିଣି
ଯେତେ ଦେଖୁଥିଲେ ପାଖରୁ ତାହାର
      ଆଖି ନେଉଥାଏ ଟାଣି।
ମନ କଥା ଖୋଲି କହିଦେଲେ ସିଏ
      ହୋଇଥାନ୍ତି ଆପଣାର
ଅନେକ ଜନ୍ମର ପାପ ହଟିଯାଏ
      ବନ୍ଧନ ଯେ ହୁଏ ଦୂର।
ଗରୁଡ଼ ସ୍ତମ୍ଭକୁ କୁଣ୍ଢାଇ ପକାଇ
     ଦି ଟୋପା ଲୋତକ ଢାଳି
ଜଗା ଆଖି ସହ ଆଖିକୁ ମିଶାଇ
    ଥରେ କୁହ ବନମାଳୀ ।
ସଂସାର ଲାଗିଲା ମୋ କଥା ବୁଝିବୁ
     ତୋ ପଦେ ଗଲି ଶରଣ
ଯେତେ କାଳ ମୋତେ ବଞ୍ଚାଇ ରଖିବୁ
      ଗାଉଥିବି ତୋର ନାମ।
ଅନୁଭବେ ତୋତେ ନିତି ମୁଁ ଆଣୁଛି
      ସପନରେ ଜାଗରଣେ
ତୋ ଲାଗି ବଞ୍ଚିଛି ସତରେ କାଳିଆ
     ପାଶୋରି ଯିବୁନି କେଣେ।

ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

କୋକସରା ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ ଵିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

masiha

ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ 

Sunil Chandra Nayak

Leave a Comment

error: Content is protected !!