ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସଂଘର୍ଷ

   ସଂଘର୍ଷ

 ଉପେନ୍ଦ୍ର କୁମାର ବସ୍ତିଆ

    
ପେଟ ଫୁଲା ନଈ ବଙ୍କେଇ ଚାଲଇ
କର୍ମରେ ବିରାମ ନାହିଁ 
ନଈର ଜଳକୁ ପାଇବା ପାଇଁ କି 
ସମୁଦ୍ର ରହିଛି ଚାହିଁ ।।
ନୀଳ ସମୁଦ୍ରର ହୃଦୟ ନିର୍ମଳ 
ଛାତିକୁ ଦେଇଛି ପାରି
ଆଗପଛ ହୋଇ ଯିଏ ବା ଆସୁଛି 
ନେଇଛି ନିଜର କରି ।।
ଅମଡ଼ା ବାଟଟି ନିଜେ ସିନା ବଙ୍କା 
ଅନ୍ୟଟି ରାସ୍ତା ଦେଖାଏ 
ସମୟ ସହିତ ବାଟ ଚାଲୁଥିଲେ
ବାଟୋଇ ଘରକୁ ଯାଏ ।।
ଅଙ୍କାବଙ୍କା ପଥ ଜୀବନେ ଆସଇ 
ଚାଲିଲେ ପାର କରିବା 
ସୁଖଦୁଃଖ ସଦା କର୍ମରେ ମିଳଇ 
ସଂଘର୍ଷ କଲେ ପାଇବା ।।
ଦୃଢ଼ ସଂକଳ୍ପରେ ବାଟ ଚାଲୁଥିଲେ 
ଆନନ୍ଦେ ଜୀବନ କଟେ
ନିଜ ହସ ଖୁସି ଅଙ୍ଗେ ଲିଭାଇବା 
ଜୀବନ ସଂଘର୍ଷ ଅଟେ ।।
ଥିରିଥିରି କେବେ ମଳୟ ଏଇଠି 
କେବେ ଝାଞ୍ଜି କେବେ ଖରା 
ଶୀତ ବରଷାକୁ ସହିବାକୁ ହେବ 
ଏଇତ ଜୀବନ ପରା ।।

   ରାଉରକେଲା

Related posts

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

Sunil Chandra Nayak

ନବ କୁମାର ଦାସ ଙ୍କ କବିତା କଳା ଛାଇ

Sunil Chandra Nayak

ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ରେ ଅନିୟମିତତା – ଖଇର ପଦର ପେକ୍ସ ସମ୍ପାଦକ ନିଲମ୍ବିତ, ବହିଷ୍କୃତ ହେଲେ ଡାଟା ଏଣ୍ଟ୍ରି ଅପରେଟର 

Sunil Chandra Nayak

Leave a Comment

error: Content is protected !!