ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ ବୃନ୍ଦାବନ ଏଇ ମନ କାଶୀ
     ଏଇ ମନ ହରିଦ୍ଵାର
ଦର୍ଶନ କରିଲେ ତୀର୍ଥ ସ୍ଥାନ ସବୁ
     ଶୁଦ୍ଧ ହବ ଜୀବନର।
ଯେତେ ତୀର୍ଥ କ୍ଷେତ୍ର ଦର୍ଶନ କରିବା
       ମନ ହୁଏ ଶୁଦ୍ଧ ଭାବ
ରାଗ ହିଂସା ଛାଡି ପବିତ୍ର ହୋଇବା
      ଆତ୍ମା ହବ ମୋ ଗୈାରବ।
ଗଂଗା ସ୍ନାନ କରି ସବିତା ଦର୍ଶନ
         ପବିତ୍ର ହୁଏ ଜୀବନ
ଭଜନ କୀର୍ତ୍ତନ ମିଶି ରହିଥାଏ
       ପୁଣ୍ୟ ଜୀବନ ସମ୍ମାନ।
ଜୀବ ଦେହେ ଥାଏ ଆତ୍ମା ଭଗବାନ
     ସବୁଠି ତାହାର ଘର
ପୂଜା ପାଉଥାଏ ହୃଦୟ ମଧ୍ୟରେ
        ଆତ୍ମା ଟି ତାହା ମନ୍ଦିର।
ତପ ଜପ ମନ୍ତ୍ର ସାଧନା ପଥକୁ
      କେବେ ହେଲେ ଭୁଲି ନାହିଁ
ଆମରି ପଛରେ ସଦା ଜଗି ବସେ
     ପ୍ରଭୁ ମୋର ହେ ଗୋସାଇଁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସମାଜ ସେବୀ ଡମ୍ବରୁ ରଣା ଙ୍କ ପରଲୋକ

Sunil Chandra Nayak

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟ ଗୁଡିକରେ ଗୁରୁଦିବସ ପାଳିତ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଧନ୍ୟ ତୁମେ ଗୋପାଙ୍ଗନା

Sunil Chandra Nayak

Leave a Comment

error: Content is protected !!