ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ ବୃନ୍ଦାବନ ଏଇ ମନ କାଶୀ
     ଏଇ ମନ ହରିଦ୍ଵାର
ଦର୍ଶନ କରିଲେ ତୀର୍ଥ ସ୍ଥାନ ସବୁ
     ଶୁଦ୍ଧ ହବ ଜୀବନର।
ଯେତେ ତୀର୍ଥ କ୍ଷେତ୍ର ଦର୍ଶନ କରିବା
       ମନ ହୁଏ ଶୁଦ୍ଧ ଭାବ
ରାଗ ହିଂସା ଛାଡି ପବିତ୍ର ହୋଇବା
      ଆତ୍ମା ହବ ମୋ ଗୈାରବ।
ଗଂଗା ସ୍ନାନ କରି ସବିତା ଦର୍ଶନ
         ପବିତ୍ର ହୁଏ ଜୀବନ
ଭଜନ କୀର୍ତ୍ତନ ମିଶି ରହିଥାଏ
       ପୁଣ୍ୟ ଜୀବନ ସମ୍ମାନ।
ଜୀବ ଦେହେ ଥାଏ ଆତ୍ମା ଭଗବାନ
     ସବୁଠି ତାହାର ଘର
ପୂଜା ପାଉଥାଏ ହୃଦୟ ମଧ୍ୟରେ
        ଆତ୍ମା ଟି ତାହା ମନ୍ଦିର।
ତପ ଜପ ମନ୍ତ୍ର ସାଧନା ପଥକୁ
      କେବେ ହେଲେ ଭୁଲି ନାହିଁ
ଆମରି ପଛରେ ସଦା ଜଗି ବସେ
     ପ୍ରଭୁ ମୋର ହେ ଗୋସାଇଁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଭୁର୍ଟିଗଡ଼ରେ ଲୋକଙ୍କ ହାତରେ ଧରାପଡ଼ିଲେ ଦୁଇଜଣ ଛେଳିଚୋର, ପୁଲିସ ଜିମାରେ ଦେଲେ ଲୋକେ 

ବସଷ୍ଟାଣ୍ଡ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ମାଛ ଧରିବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!