ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଷଣ୍ଢ କରିଛି ବଡ଼ ଓଷା

    ଷଣ୍ଢ କରିଛି ବଡ଼ ଓଷା

            

                             ଅପର୍ତ୍ତି ସେଠୀ

         (ରମ୍ୟ ରଚନା)
କାର୍ତ୍ତିକ ମାସିଆ ରାତି ପାହାନ୍ତାରୁ‌ 
       ଦେଉଛି ପଞ୍ଚୁକ ବୁଡ଼,
ବଡ଼ ଓଷା ତୁମ କରିଅଛି ଜାଣ
       ହେ ପ୍ରଭୁ ଧବଳେଶ୍ଵର।
ହବିଷ୍ଯାନ୍ନ ଖାଇ ନିଷ୍ଠାରେ ମୁଁ ଥାଇ
       ତୁମକୁ ଗୁହାରୀ କରେ,
ଏ ଷଣ୍ଢ ଜନ୍ମରୁ ଉଦ୍ଧାରିବ ପ୍ରଭୁ
       କୃପା କର ମୋତେ ବାରେ।
କଳାକୁ ହେ ଧଳା କରିପାର ବୋଲି
       ନାମଟି ଧବଳେଶ୍ଵର,
ୟାକୁ ଦିଅ ତାକୁ ଦିଅ ଯାଚି ବର
      ମୋ ପାଇଁ କିଆଁ ନିଷ୍ଠୁର??
କୋପେ ଦିଅ ବର ତପେ ଦିଅ ବର
      ତୁମେ ଆଶୁ ତୋଷ ହର,
ମୋ ବେଳକୁ କାହିଁ ଏଡିକି‌ କଞ୍ଜୁସ୍
      ଦେଖାଅ ଶୂନ୍ୟ ଭଣ୍ଡାର।
ଦେଖୁଛି ବିଚାର ନାହିଁ ହେ ଠାକୁର
       ଅପାତ୍ରରେ‌ ଢାଳ ବର,
ଭୋଳା ଶଙ୍କର ହେ ଭାଙ୍ଗ ପିଇଦେଇ
      ହୋଇଲ କି ପ୍ରଭୁ ଭୋଳ??
କହିକି ପାରିବ କ‌ଅଣ ପାଇଁ କି 
       ମଣିଷକୁ ଦିଅ ବର,
କାମନା ଲାଳସେ ବଡ‌ଓଷା କରେ
       ସିଏ ପରା ସ୍ଵାର୍ଥପର।
ହେ ଭୋଳା ଠାକୁର କିବା ଭୁଲିଗଲ 
       ବିଗତ ଦିନ ଖବର,
କି ଫଳ ପାଇଲ ଭଷ୍ମାସୁରକୁ ତ 
      ଦେଇଥିଲ ଯେବେ ବର?
ଗୋଡ଼େଇ‌ ଗୋଡେଇ‌ ତୁମକୁ ଘାଣ୍ଟିଲା‌
      ସେ ପରା ଚ‌ଉଦ ପୁର,
କ’ଣ, ଭାବୁଛ ଆହେ ମହେଶ୍ୱର,
ମଣିଷକୁ ଦେଲେ ବର,
ସିଏ,ହେବ‌ କି ତୁମ ନିଜର?
ବରଂ ସ୍ବାର୍ଥ ମିଳିଗଲେ ତାର,
ମୁହଁ ଚାହିଁବ କିବା ତୁମର !!
ହେ ପ୍ରଭୁ ଧବଳେଶ୍ଵର,
କିଏ ଅଛି ବା ମୋର ନିଜର,
ଧନ୍ୟ ଏହି ସରକାର,
ମଣିଷକୁ ଦିଏ ଇନ୍ଦିରା ଆବାସ
ମୋତେ କି ମିଳେ ଗୁହାଳ?
ମୁଁ ବୁଲେ ଖାଲି ଦ୍ଵାରଦ୍ଵାର‌,
କାହିଁ ବୁଦ୍ଧି ହର ମଣିଷର,
ମାନେନା ଦଣ୍ଡା‌ ଗୋଚର,
ସବୁ ଚାଷକଲା‌ ଘାସ ନ ମିଳିଲା
ପେଟ ପୋଡିଯାଏ‌ ମୋର।
ଯଦି ବା କାହାର ଫସଲ ଖାଇଲି
ମିଳେ ମୋତେ ପୁରସ୍କାର,
ନିର୍ଦ୍ଧୁମ୍ ଲାଠି ପାହାର।
ଯେଣୁ,ତୁମେ ମୋ ଇଷ୍ଟ ଠାକୁର,
ସେଇ ଭରଷାରେ ତୋର,
ଯେବେ ଯାଉଛି ତୁମ ଦୁଆର,
ଥକ୍କା‌ ମେଣ୍ଟେଇ‌ ମୁଁ ଯଦି ଶୋଇଯାଏ,
ଖାଏ ବ୍ରାହ୍ମଣ ଠୁଁ ବି ପାହାର,
କେଉଁ ଅପରାଧ ମୋର,
ଏତେ କାହିଁ ହତାଦର?
ହେ ପ୍ରଭୁ ଧବଳେଶ୍ଵର !
ଯେବେ ଜନମ‌ ହେଲା ମୋହର,
କାହିଁ ଜଟ‌ ମୁଣ୍ଡେ ଦେଲ ମୋର !
ଚିନ୍ତା ବଢେ ମାଲିକର,
ପେଟକୁ ମାରିଲା ମୋର,
ମାଆଠାରୁ ମୋର ଛଡ଼ାଇଲା କ୍ଷୀର
(ମୋତେ) ଘରୁ କଲା ସେ ବାହାର।
ଆଜି, ବୁଲେ ମୁଁ ଛକ ବଜାର,
ସହି, ପାରୁନି ଭୋକ ବିକଳ,
ପରିବା ଦୋକାନୁ ପରିବା ଖାଇଲେ
ଦୋକାନୀ ଦିଏ ପାହାର,
ଚମଡା ବି ଫାଟେ‌ ମୋର।
ପଶୁଟି କରିଲ ବୁଦ୍ଧି ମୋ ହରିଲ
       ମାଡ଼ ଖାଇ ଭୁଲିଯାଏ,
ମୃତ୍ୟୁ କେଉଁ ଭଳି ବୁଝି ନାହିଁ ବୋଲି
       ରାସ୍ତାମଝିଟାରେ ଶୁଏ।****
ନା,କରେନା କି ଉପକାର,
କି, ବାଛୁରୀ ନାହାଁନ୍ତି ମୋର !!
କ‌ଅଣ ବା ମିଳିଲା କିଏ ଅବା ଦେଲା
(ମୋତେ)ପରିଚୟ ପିତୃତ୍ଵର !!
ନା, ସମ୍ମାନ କି ଅଧିକାର??
ହେ ପ୍ରଭୁ ଧବଳେଶ୍ଵର,,
ଏ ଗାଆଁର ବାତେରା ଦଳ,
କଲେଣି ଷଣ୍ଢ ବେପାର,
କଂସେଇ ସହିତ ହାତ ମିଳେଇକି
ଆମକୁ କଲେ ଚାଲାଣ,
ଇଏ ଖେଳ ସବୁ ପ‌ଇସାର।
ଯେବେ ବୁଲୁଛୁ ରାସ୍ତା ଘାଟର,
ମଦୁଆ ଡ଼୍ରାଇଭର ଧକ୍କା ଦେଇଯାଏ‌
ମୃତ୍ୟୁ ହୁଏ ଷଣ୍ଢଙ୍କର,
ଖୋଲେ ଟୋକାଙ୍କର ରୋଜଗାର,
ଧଳା ଲୁଗା ନାଲି ସିନ୍ଦୂର ପକେଇ
      ଗେଣ୍ଡୁଫୁଲ ଦୁଇ ହାର,
କହନ୍ତି ଏ ମହାଦେବ ଚାଲିଗଲେ
      ପ୍ରଭୁଙ୍କୁ ସାହାଯ୍ୟ କର।
ତା’ପରେ ଖାଉଥା‌ ଝୋଳ,
ମଟନ କି ଚିକେନର,
ନ ହେଲେ ଚାଲିଲା ବୋତଲ ସାଙ୍ଗକୁ‌
ନିର୍ଧୁମ୍‌ ଗଞ୍ଜେଇ ମାଡ଼। 
ଆହେ ମହେଶ୍ୱର ଯଦି ତୁମେ ପାର
       ବ୍ୟବସ୍ଥା ହେ କିଛି କର,
ଆମପାଇଁ ଦୟାକରି ହେ ଠାକୁର
      ଖୋଲ ଗୋଟେ ହସ୍ପିଟାଲ।
ବୁଝ ହେ ସ୍ଵାସ୍ଥ୍ୟ ଆମର,
ଷ୍ଟାପ୍‌ ଆପ‌ଏଣ୍ଟ‌ ହେଲେ କର,
ଆଜି ଦେଖାଅ ତୁମ ପାଓ୍ଵାର‌,
ଟିକେ ଆମକୁ ହେ ଦୟାକର,
ଷଣ୍ଢ ଜନ୍ମରୁ ଉଦ୍ଧାର କର।
ଦେଖୁଛି କେବଳ ମୁହିଁ,
ଆଜି ମୋର କେହି ନାହିଁ,
ମୋ ମନକୁ ବୁଝିବା ପାଇଁ,
ଯାହା ମୁଁ କହିଲି ତୁମକୁ ଠାକୁର
ସାକ୍ଷୀ ମୋ ଅପର୍ତ୍ତି ଭାଇ।।।।।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଝରାଡିହି କନ୍ୟାଶ୍ରମରେ ବହୁବିଧ ସମସ୍ୟା ନେଇ ମାସା ଆର୍ମି ତରଫରୁ ରାଇରଙ୍ଗପୁର ଆଇଟିଡିଏ ପ୍ରଶାସକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

Leave a Comment

error: Content is protected !!