ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଉପାସନା,ଅଣସରନୀତି-ଏକ ତାତ୍ବିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର

ମୟୂରଭଞ୍ଜ- ୨୦/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ଅନୁଷ୍ଠାନ’ଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ, ରାଇରଙ୍ଗପୁର ଆନୁକୁଲ୍ୟରେ ସ୍ଥାନୀୟ ଉପଖଣ୍ଡ ପଶୁ ଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଏକ ଜାତୀୟ ଆଲୋଚନାଚକ୍ର ‘ଶ୍ରୀ ଜଗନ୍ନାଥ ଉପାସନା; ଅଣସର ନୀତି-ଏକ ତାତ୍ବିକ ଆଲୋଚନା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ତିମିର ରଂଜନ ପଣ୍ଡା ସମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟ ବକ୍ତା ପୁରୀ ମନ୍ଦିରର ପ୍ରାକ୍ତନ ପ୍ରଶାସକ ଡଃ ଭାସ୍କର ମିଶ୍ର, ସମ୍ମାନିତ ବକ୍ତା ପୌରୁଷ ପତ୍ରିକାର ସଂପାଦକ ଡଃ ଅଶୀତ ମହାନ୍ତି, ସମ୍ମାନିତ ଅତିଥି ଝାଡ଼ଖଣ୍ଡ କୋହ୍ଲାନ ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡଃ ପ୍ରଭାତ ପାଣି, ସମ୍ମାନିତ ଅତିଥି ଓଡ଼ିଶା ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ ରାଜ୍ୟ ଉପସଭାପତି ରାଧେଶ୍ୟାମ ପାତ୍ର,ସମୀକ୍ଷକ ଡଃ ଦିଗମ୍ବର ଗିରି, ପରିକ୍ରମା ଅଧ୍ଯକ୍ଷ ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଗଣଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ ଅନୁଷ୍ଠାନର ସଂପାଦକ ରଂଜନ ନନ୍ଦ ଆଲୋଚନା ଚକ୍ରର ସଂଯୋଜନା କରିଥିଲେ । ଅତିଥି ଗଣ କହିଥିଲେ ବହୁ ପ୍ରାଚୀନ ପରଂପରା ଓ ସଂସ୍କୃତି କୁ ନେଇ ଗଢ଼ି ଉଠିଛି ଜଗନ୍ନାଥ ସଂସ୍କୃତି ଯାହାକି ସାରା ବିଶ୍ବରେ ଅନନ୍ୟ । ଦାରୁଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅନନ୍ୟ ଓ ଅବର୍ଣ୍ଣନୀୟ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭନ୍ନ ଲୀଳା ମଧ୍ୟରେ ଏକ ଅନନ୍ୟ ଅଣସର ଜ୍ବର ଲୀଳା । ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ସୁନା କୂଅ ତୀର୍ଥ ଜଳରେ ମହାସ୍ନାନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଜ୍ବରରେ ପଡ଼ି ଅଣସର ଘରେ ୧୪ ଦିନ ସଙ୍ଗରୋଧ ଉପଚାରରେ ରୁହନ୍ତି । ପୂର୍ବରୁ ୨୧ ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀ ଜୀଉ ୧୦୮ ଗ୍ରାମରେ ସ୍ନାନ କରିବା ଦ୍ବାରା ଜ୍ବର ହେବା ମାନବୀୟ ଲୀଳା ର ଏକ ନିଦର୍ଶନ । ସେବାୟତମାନେ ନୀତିନିୟମ ଅନୁସାରେ ଅଣସର କାମ କରି ମହାପ୍ରଭୁଙ୍କୁ ସୁସ୍ଥ କରନ୍ତି । ମହାପ୍ରଭୁଙ୍କ ଅଣସରନୀତିକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ଶଚିକାନ୍ତ କର,ଦେବବ୍ରତ ରଥମହାପାତ୍ର, ଡଃ ମନ୍ତ୍ରୀ ରଥ, ପୁଷ୍ପାଞ୍ଜଳି ମହାନ୍ତି, ହିମାଂଶୁ ଶେଖର ପଟ୍ଟନାୟକ, ରାଧେଶ୍ୟାମ ପାତ୍ର ପ୍ରମୁଖ ଅଣସର ନୀତି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଜୟ ରାମ,କିଶୋର ରଜକ, ସିଦ୍ଧାର୍ଥ ପାଲ,କାଳୀପ୍ରସନ୍ନ ମହାନ୍ତି, ସୂର୍ଯ୍ୟକାନ୍ତ ଘଣା, କୌଶିକ ମହାନ୍ତି, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ପ୍ରଥମ ଥର ପାଇଁ ରାଇରଙ୍ଗପୁର ସହର ଭଳି ଏକ ଉପାନ୍ତ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବାରୁ ଅତିଥିଗଣ ଆୟୋଜକ ମାନଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବିଷୁବ ସଂକ୍ରାନ୍ତି@ନବବର୍ଷ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!